ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇବା ଲୋକଙ୍କ ମୌଳିକ ଅଧିକାର – ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୬,ସେକ୍ଟର-୧ ଏବଂ ସେକ୍ଟର-୧୫ ରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପୃଥକ ପୃଥକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିବା ବେକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଂଜୀବନୀ ନାମରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା କେନ୍ଦ୍ର ମଧ୍ୟ ପରିଚାଳିତ ହେଉଥିଲା । ଯାହାଦ୍ବାରା ଇସ୍ପାତ ସହରାଞ୍ଚଳ ତଥା ଏହା ଆଖପାଖ ରେ ଥିବା ଶତାଧିକ ବସ୍ତିରେ ରହୁଥିବା ଆବାଳବୃଦ୍ଧବନିତା ମାଗଣା ସ୍ୱାସ୍ଥ୍ୟ ସେବା ପାଉଥିଲେ । ତେବେ ହଠାତ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବର୍ତ୍ତମାନ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି । ଫଳରେ ଏହି ଅଞ୍ଚଳରେ ରହୁଥିବା ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ କୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ନାପସନ୍ଦ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସ୍ୱାସ୍ଥ୍ୟ ସେବା ପାଇବା ଜଣେ ନାଗରିକର ମୌଳିକ ଅଧିକାର ହୋଇଥିବା ବେଳେ ଏହି ସେବା ଲୋକଙ୍କୁ ମାଗଣାରେ ଯୋଗାଇଦେବା ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ସରଜାରୀ,ବେସରକାରୀ ଉଦ୍ୟୋଗ ମାନଙ୍କର କର୍ତ୍ତବ୍ୟ ବୋଲି ବିଧାୟକ ଶ୍ରୀ ତନ୍ତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ଜଣେ ନାଗରିକର ଜୀବନ ସହିତ ଖେଳ ଖେଳିବା ସଦୃଶ । ତେଣୁ ସେକ୍ଟର-୧,୧୫ ଏବଂ ସେକ୍ଟର-୬ ରେ ଥିବା ସଂଜୀବନୀ କୁ ପୁନଃ ଚାଲୁକରି ପୂର୍ବଭଳି ସ୍ଥାନୀୟ ଅଞ୍ଚଳର ଆବାଳବୃଦ୍ଧବନିତାଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

masiha

ଶ୍ରୀ ଜଗନ୍ନାଥ ପୀଠ, ବାଙ୍ଗାଲୋର ରେ ଦେବସ୍ନାନ ପୂର୍ଣିମା ପାଳିତ

masiha

Leave a Comment

error: Content is protected !!