ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୋଟଗରା ରୟାଲ ବଏଜ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କୋଟଗରା ରୟାଲ ବଏଜ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ କୋଟଗରା ଖେଳପଡ଼ିଆରେ ରୟାଲ୍ ବଏଜ କ୍ରିକେଟ କ୍ଲବ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ନିର୍ମଳ ରାଉତ ଓ କୋଟଗରା ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଅଶ୍ୱିନୀ କୁମାର ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ମ୍ୟାଚ୍‌କୁ ଆୟାଜନ କରି କରିଥିଲେ। କୋଟଗରା ରୟାଲ ଵଏସ୍ କ୍ରିକେଟ ଟିମର ସଦସ୍ୟମାନେ ଏଥିରେ ୮ଟି ଦଳ ଭାଗ ନେଇଥିଲେ – ( ୧) – କୋଟଗରା (୨) ତଳଗୋଡାସାହି (୩) – ଉପରଗଡ଼ାସାହି (୪) ଆର୍ ବି ସିସି ପ୍ରଧାନସାହି (୫) – ଗେଙ୍ଗୁଟିଆ(୬) ମାଛିଆ (୭) ଜକା (୮) ବୁଢ଼ିବିଲି ଓ ସବୁ ଟିମକୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ମ୍ୟାଚକୁ ପରିଚାଳନା କରିଥିଲେ ସୌରଭ ଓ ଲିକୁନ । ଅନୁଷ୍ଠିତ କ୍ରିକେଟ ମ୍ୟାଚ୍ ତା – ୩/୬/୨୦ ୨୬ ଆଜିଠାରୁ ଆରମ୍ଭ ହୋଇ ତା- ୧୦/୬/୨୦ ରିଖରେ ବୁଧବାର ଦିନ ଫାଇନାଲ ମ୍ୟାଚ ଉଦ‌ଯାପିତ ହୋଇଯାଇଛି। ଏଥିରେ ୨ ଦଳ ଗେଙ୍ଗୁଟିଆ ଓ ମାଛିଆ ମଧ୍ୟରେ ପ୍ରଥମେ ଟସ୍ ଜିତି ମାଛିଆ ବ୍ୟାଟିଂ କରିଥିଲା ୧୫ ଓଭର୍‌ରେ ୧୨୬ ରନ କରିଥିଲା ୧୨୬ ରନକୁ ପିଛା କରି ଗେଙ୍ଗୁଟିଆ ୭୪ ରନରେ ଅଲ୍ ଆଉଟ୍ ହୋଇଯାଇଥିଲ।। ମାଛିଆ ବିଜୟ ହାସଲ କରିଥିଲା। ମ୍ୟାନ ଅଫ୍ ଦି ମ୍ୟାଚ୍ ଚିଣ୍ଟୁ ଓ ମ୍ୟାନ ଅଫ୍ ଦି ସିରିଜ ଡିମ୍ପଲ,ବେଷ୍ଟ ବୋଲର ଶୁଭ ଓ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ରାଶି,ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ବିଘ୍ନେଶ୍ୱର,ସାଇ,ଦେବୀ,ବିଜୟ,ନିଲୁ, ଜୁନିୟର କାର୍ତ୍ତିକ,ଦିବ୍ୟ,ସଚିନ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଝରିଆଗୁଡା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚିଲିଗୁଡାକୁ ହରାଇ ବେହେରା ଦଳ ଚାମ୍ପିୟନ

masiha

ଜିଲ୍ଲା ବିଦ୍ୟାଳୟ ସମୂହ ଖେଳ ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

masiha

ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ 

Sunil Chandra Nayak

Leave a Comment

error: Content is protected !!