ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

2022 LPL ର ଉଦଯାପନୀ ଦିବସ 

ଲଙ୍ଗଳେଶ୍ଵର 24/12/2022-( ମ ନି ସ ) ଆଈ ପି ଏଲ ପରି ଏଲ ପି ଏଲ ର ପଞ୍ଚମ ସଂସ୍କରଣର ଖେଳ ଉଦଯାପନ ହୋଇଯାଇଛି l ଆଜିକାଲି ଖେଳରେ କ୍ରିକେଟ ଖେଳ ଦର୍ଶକ ମାନଙ୍କୁ ସୁହାଇଲା ଭଳି ଖେଳ ଆଈ ପି ଏଲ ଢାଞ୍ଚାରେ ଲଙ୍ଗଳେଶ୍ୱର ପ୍ରିମିୟମ ଲିଗ (LPL)ଖେଳ ପାଇଁ ସାତଟି ଟିମ କୁ ନେଇ ପନ୍ଦର ଦିନଧରି ଖେଳ ଚାଲିଥିଲା l ଏବେ ପଚାଷ ଓଭର ଖେଳକୁ ଭୁଲିଯାଇ ଟି 20 ଖେଳକୁ ଦର୍ଶକ ଆଦରି ନେଇଛନ୍ତି ବା ପସନ୍ଦ କରୁଛନ୍ତି l ସାତଟି ଟିମ ର ନାମ ହେଲା ରୟାଲ ସୁପର ଫାଇଟ୍ରସ ,ଜିସି ଟାଇଗର ,ୟୁନିକ ପାୱାର ହିର୍ଟର୍ସ ,ଜୟ ମାତାଦି ଫାଇଟ୍ରସ ,ସାଇ କୃଷ୍ଣ ଫାଇଟ୍ରସ ,ଦି ୱାରିଅର୍ଶ ରିଟର୍ଣ୍ଷ ,ସ୍ମାର୍ଟ ପ୍ରପଟି ଜୱେଲସ ଦ୍ୱାରା ଏହି ଏଲ ପି ଏଲ ଖେଳ ସରିଯାଇଛି l ସର୍ବାଧିକ 2910 ଟଙ୍କାରେ ୟୁନିକ ପାୱାର ହିର୍ଟର୍ସ କିଣିଥିବା ଖେଳାଳି ମଣ୍ଟୁ ବାରିକ ଫାଇନାଲରେ ପ୍ରବେଶ କରିନଥିବା ଜଣାପଡିଛି l ଏହି ଟୁର୍ନାମେଣ୍ଟ ଶେଷ ଦିନରେ ସାଇକ୍ରିସନା ଫାଇଟର ଟସ ଜିତି ପ୍ରଥମେ ବେଟିଙ୍ଗ କରି ସୀମିତ 15 ଓଭରରେ ସାତ ୱଇକେଟ ହରାଇ 122 ରନ ସଂଗ୍ରହ କରିଥିଲେ l ବିପକ୍ଷ ଦଳ ରୟାଲ ସୁପର ଫାଇଟର 14.5 ଓଭରରେ ସମସ୍ତ ୱଇକେଟ ହରାଇ 97ରନ ସଂଗ୍ରହ କରିଥିଲେ l ସାଇକ୍ରିସନା ଫାଇଟର ପଞ୍ଚମ ସସ୍କରଣ ଏଲ ପି ଏଲ ର ବିଜେତା ବୋଲି ଘୁସିତ ହୋଇଥିଲେ l ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରୁ ବଛାବଛା ଅଲ ରାଉଣ୍ଡର କେଳାଳୀ ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ l ଏହି ଖେଳଟି ଲଙ୍ଗଳେଶ୍ୱର କାଳୀଝାଟି ପଡିଆରେ ହର ପାର୍ବତୀ କ୍ଳବ ଓ ଏଲ ପି ଏଲ କମିଟି ଦ୍ୱାରା ଅନୁଷ୍ଠିତ ହୋଇଥିଲା l ଏହି ଏଲ ପି ଏଲ ଖେଳର ଶେଷଦିନରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଓ ରେବତୀ ପ୍ରତ୍ରିକା ସମ୍ପାଦିକା ସୁବାସିନୀ ଜେନା ଉପସ୍ଥିତ ରହି ଜିତିଥିବା ଦଳ ସାଇକ୍ରିସନା ଫାଇଟର ଓ ହାରିଯାଇଥିବା ଦଳ ରୟାଲ ସୁପର ଫାଇଟର କୁ ଟ୍ରଫି ପ୍ରଦାନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ଭିତରେ ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ, ବିଜେଡି ଯୁବନେତା ତୁଷାର କାନ୍ତ ବେହେରା, ୱାନର ଏମ ଇ ପି ଟ୍ରଡର୍ସ ସତ୍ୟଜିତ ପାତ୍ର,ଏଲ ପି ଏଲ ସିଇଓ ଏସ କେ କଷି, ବାଲିଆପାଳ ବ୍ଲକ ପୂର୍ବତନ ଅଧକ୍ଷ ଅଶ୍ୱିନୀ ଜେନା ଉପସ୍ଥିତ ଥିଲେ l ନଟବର ଆଚାର୍ଯ୍ୟ ଓ ବରୁଣ ହାଇଟି ଖେଳ ପରିଚାଳନା କରିଥିଲେ l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆର୍ଟିଷ୍ଟସ ଏସୋସିୟେଶନ ପକ୍ଷରୁ ସେଲେବ୍ରିଟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଲାବଣ୍ୟ ମାଝୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ବିଶ୍ୱ ସ୍କୁଲ୍ ଚେସ୍ ଚ୍ୟାମ୍ପିଅନ୍‌ଶିପ୍‌ରେ ଭାରତୀୟ ଅଣ୍ଡର-୧୪ ଦଳର ଚମତ୍କାର ବିଜୟ

Sunil Chandra Nayak

Leave a Comment

error: Content is protected !!