ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କର୍ଲାମୁଣ୍ଡା ସଞ୍ଚ ସ୍ତରୀୟ ଖେଳକୁଦ ଅନୁଷ୍ଠିତ

କର୍ଲାମୁଣ୍ଡା ସଞ୍ଚ ସ୍ତରୀୟ ଖେଳକୁଦ ଅନୁଷ୍ଠିତ

କର୍ଲାମୁଣ୍ଡା: ଏହି ବ୍ଲକ ଅନ୍ତର୍ଗତ ତେରେସିଂହା ହାଇସ୍କୁଲ ପଡିଆ ଠାରେ କର୍ଲାମୁଣ୍ଡା ସଞ୍ଚ ସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କର୍ଲାମୁଣ୍ଡା ସଞ୍ଚ ସଭାପତି ଲୋକନାଥ ଗହିର, ସଂଚ ଉପସଭାପତି ହୃଷୀକେଶ ସାହୁ, ସଂଚ ସମ୍ପାଦକ ମୂରଲୀଧର ରଣା ଉଦ୍ଘାଟନ କରିଥିଲେ । ସଂଚ ପ୍ରମୁଖ ଶ୍ରୀ ନିର୍ମଳ ରଣା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୧୦୦ମି ଦୌଡ, ୨୦୦ମି ଦୌଡ, ୪୦୦ମି ଦୌଡ, ଲମ୍ବଡିଆଁ, ଉଚ୍ଚା ଡିଆଁ ପ୍ରଭୁତି ଖେଳ ଅନୁଷ୍ଠିତ ହୋଇଥିଲା l କର୍ଲାମୁଣ୍ଡା ସଂଚର ୩୦ଟି ଏକଲ ବିଦ୍ୟାଳୟର ଆଚାର୍ଯ୍ୟ ମାନେ ନିଜ ନିଜର ଛାତ୍ରଛାତ୍ରୀଙ୍କ ସାଙ୍ଗରେ ଆସି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିରେ ମୋଟ ୯୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ତେରେସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୋଦ ସୁନା ଯୋଗଦାନ କରି ବିଜୟୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କର୍ଲାମୁଣ୍ଡା ସଂଚ ର ଗୁଣବତ୍ତା ଓ କର୍ମନିଷ୍ଠା ପାଇଁ ଶ୍ରେଷ୍ଠ ଆଚାର୍ଯ୍ୟ ଭାବରେ ୫ ଜଣ ସୁଶ୍ରୀ ପୁଷ୍ପା ଦଣ୍ଡସେନା, ଶ୍ରୀମାନ ବିରନ୍ଦ୍ର ସାହୁ, ଶ୍ରୀମତୀ ପ୍ରତିମା ସାହୁ, ଶ୍ରୀମତୀ ଅନିତା ରଣା, ସୁଶ୍ରୀ ଅନିତା ସାହୁଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମ.ରାମପୁର ସଂଚ ପ୍ରମୁଖ ଅଞ୍ଜନ କୁମାର ପାତ୍ର , ନର୍ଲା ସଂଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମଝୀ ଓ ଆଚାର୍ଯ୍ୟ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମାଁ ଲଙ୍କେଶ୍ୱରୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

masiha

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

masiha

Leave a Comment

error: Content is protected !!