ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାରର ୨୬ ତମ ବାର୍ଷିକ ଉତ୍ସବ
ଜୁନାଗଡ଼,୩୦/୯(ମନୀସ)ଜୁନାଗଡ ରେଣ୍ଡୋମାଝୀ ସଂସ୍କୃତି ଭବନ ଠାରେ ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାର ୨୬ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ମୂର୍ଚ୍ଛନା ସାହିତ୍ୟ ସଂସଦର କୈଳାସ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଶ୍ରୀଯୁକ୍ତ ଜୟନ୍ତ ବେହେରା . ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଉମାଶଙ୍କର କର , ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର, ଶ୍ରୀଯୁକ୍ତ ସରୋଜ ସାମଲ , ମୁଖ୍ଯ ବକ୍ତା ଡକ୍ଟର ଉମେଶ ଶତପଥି , ସମ୍ମାନନୀୟ ବକ୍ତା ସୁଦର୍ଶନ ଦାସ, ଅଧ୍ୟାପକ ସୁବ୍ରତ ଦାସ , ଶ୍ରୀମତୀ ସ୍ବର୍ଣ୍ଣ ଦାସ ଆଦି ବକ୍ତାମାନେ ପ୍ରଥମ ଅଧିବେଶନରେ ଯୋଗଦେଇ ଭାଷା ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସାହିତ୍ୟ ସମାଜର ଦର୍ପଣ ବୋଲି ମତପୋଷଣ କରିଥିଲେ । ବଙ୍ଗଳା ଭାଷାରୁ ଓଡ଼ିଆ ଭାଷା ଆସିନାହିଁ ବଂର ଓଡ଼ିଆ ଭାଷାରୁ ବଙ୍ଗଳା ଭାଷା ସୃଷ୍ଟି ହୋଇଛି । ଓଡ଼ିଆ ଭାଷା ୨୦ ହଜାର ବର୍ଷ ପୂର୍ବରୁ ସୃଷ୍ଟି ହୋଇଛି। ମାତ୍ର ବଙ୍ଗଳା ଭାଷା ୨ ହଜାର ବର୍ଷର ପୁରୁଣା , ୬ ଟି ସାସ୍ତ୍ରୀୟ ମାନ୍ୟତା ଭାଷା ମଧ୍ଯରୁ ଆମ ଓଡ଼ିଆ ଭାଷା ହୋଇ ଥିବାରୁ ଆମେ ଓଡ଼ିଆ ମାନେ ଗର୍ବ ଅନୁଭବ କରିବା କଥା ।ଅନୁଷ୍ଠାନର ସଂପାଦକ କବି ନିରଞ୍ଜନ ସାହାଣୀ ସଂପାଦକୀୟ ବିବରଣୀ ପାଠ କରିଥିଲେ , ଲୀନାରାଣୀ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ , ଗାଳ୍ପିକ କୈଳାସ ରାଉତ ଙ୍କ ଗଳ୍ପବହି ” କର୍ଫୁ ଓ ଅନ୍ଯାନ୍ଯ ଗଳ୍ପ ” ଅତିଥିମାନଙ୍କ ଦ୍ବାର ଉନ୍ନୋଚିତ ହୋଇଥିଲା । ୧ମ ଅଧିବେଶନରେ ଶ୍ରୀଯୁକ୍ତ ବ୍ରଜକିଶୋର ମିଶ୍ର ମଞ୍ଚସଞ୍ଚାଳନ କରିଥିଲେ , କବି ଭାଗୀରଥୀ ସାଗର ଓ ଅନିଲ ମାଝୀ କବିତା ସଂଯୋଜନା କରିଥିଲେ ଏବଂ ଚନ୍ଦ୍ରଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ଵିତୀୟ ଅଧିବେଶନରେ ବରିଷ୍ଠ କବି ଉଦ୍ଧବ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ ଦାସ, ସମ୍ମାନୀତ ଅତିଥି ବରିଷ୍ଟ କବି ଶ୍ରୀ ସୁଧୀର ମେହେର , ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର, ସିକ୍ଷାବିତ ରାଧେଶ୍ୟାମ ପଣ୍ଡା , ବିଶିଷ୍ଟ କବି ଲିଙ୍ଗରାଜ ପାତ୍ର , ବ୍ୟଙ୍ଗ କବି ଡକ୍ଟର ଅବାଗିଆ ମଲ୍ଲିକ , ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମୋହନ ଚରଣ ବିଶି , ସମ୍ମାନୀତ ବକ୍ତା ଶ୍ରୀଯୁକ୍ତ ସିମାଞ୍ଚଳ ନାଗ , ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ, ଶ୍ରୀଯୁକ୍ତ ସତ୍ୟନାରାୟଣ ରାଜପୁତ ଏବଂ ସାହିତ୍ୟିକ ପ୍ରିୟବ୍ରତ ବାଣୁଆ ଆଦି କବି, ସାହିତ୍ୟିକ ଓ ଆଲୋଚକ ଯୋଗ ଦେଇଥିଲେ । ଦ୍ଵିତୀୟ ଅଧିବେଶନ ରେ କବି ପ୍ରେମଲାଲ ବାଗ ମଞ୍ଚ ସଞ୍ଚାଳନ ଓ କବିତା ସଂଯୋଜନା କରିଥିଲେ ଅନୁଷ୍ଠାନର କବି ଶିବ ପ୍ରସାଦ ମହାରଣା, ଅନିଲ ମାଝୀ ଏବଂ ଭାଗିରଥି ସାଗର , ଧନ୍ୟବାଦ୍ ଦେଇଥଲେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ସାହାଣୀ ।