ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଣୀ ଦୁର୍ଗାବତୀ ଚାରିଟେବଲ ଟ୍ରଷ୍ଟ ତରଫରୁ କେରିଅର କାଉସିଲିଂ ଅନୁଷ୍ଠିତ

ରାଇଘର 16/6:-ସ୍ଥାନୀୟ ଆଇ ଟି ଆଇ ସଭାଗୃହ ଠାରେ ରାଣୀ ଦୁର୍ଗାବତୀ ଚାରିଟେବଲ ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ଏକ କେରିୟର କାଉସିଲିଂ କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପଲକ ରବୀନ୍ଦ୍ର ଯୋଗଦାନ କରିଥିବା ବେଳେ ଅଶୋକ ନାୟକ, ବି ଡି ଓ ଶରତ ମାଝୀ, ଏ ବି ଡି ଓ ବିଜୟ କୁମାର ସେଠି, ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ, ଘନଶ୍ୟାମ ବେହେରା, ଯୋଡିଙ୍ଗା କନ୍ୟାଶ୍ରମ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା, ଓ ଏଫ ଏସ ଦୀପାରାଣୀ ଗଣ୍ଡ, ଓ ଇ ଏସ ରଶ୍ମିତା ଗଣ୍ଡ,ବି ଏ ଏମ ଏସ ଡା. କଲ୍ୟାଣୀ ନାୟକ, ମୁଖ୍ୟ ବକ୍ତା ଭାବେ ମାଣିରାମ ଗଣ୍ଡ ପ୍ରମୁଖ ଯୋଗ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମଙ୍ଗଳ ଅଧିକାରୀ ଶ୍ରୀ ପାଲାକା ନିଜ ଜୀବନ ରେ କିପରି ସଂଘର୍ଷ କରି ଆଜି ସେ ସିଭିଲ ସର୍ଭିସ ରେ ଉତୀର୍ଣ୍ଣ ହୋଇଥିଲେ ତାହା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ |ନିଜକୁ ଦୁର୍ବଳ ନ ଭାବି ମନୋବଳ ମଜବୁତ କରି ଉଦ୍ୟମ କରି କିପରି ଉତୀର୍ଣ୍ଣ ହୋଇ ସମାଜ ସେବାରେ ଲାଗି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ନେଇ ପିଲାମାନଙ୍କୁ କହିଥିଲେ |ଆଦିବାସୀ ପିଲାମାନେ କିପରି ନିଜକୁ ଦୁର୍ବଳ ମନେ ନ କରି ଅନ୍ୟମାନଙ୍କ ସହ ସମକକ୍ଷ ହୋଇପାରିବେ ତାହା ବୁଝାଇଥିଲେ |ମେଟ୍ରିକ ପରୀକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ କଣ କରିବାକୁ ପଡିବ ଏବଂ କିଏ କେଁଉ ଶିକ୍ଷା ନେଲେ କଣ ହୋଇପାରିବ |କେଉଁ ବିଷୟ ଭଲ ହେଉଥିଲେ କଣ ପଢିଲେ ଠିକ ହେବ ସେ ବିଷୟରେ ଅବଗତ ଗରିଥିଲେ |ମଙ୍ଗଳ ଅଧିକାରୀ କିପରି ନିଜେ ମାଟ୍ରିକ ବୋର୍ଡ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ପରେ ପରେ ଓକିଲାତି ପାସ କରିବା ପରେ ପୋଲିସ ବିଭାଗ ରେ କନେଷ୍ଟବଳ ଚାକିରୀ କରି ପରିବାର ଭାଇ ଭଉଣୀ ମାନଙ୍କୁ ପଢାଇ ପରୀକ୍ଷା ଦେଇ ସବିନିସ୍ପେକ୍ଟର ହେବାସହ ସିଭିଲ ପରୀକ୍ଷା ଦେଇ ଜିଲ୍ଲା ମଙ୍ଗଳ ଅଧିକାରୀ ହୋଇପାରିଥିଲେ ଏହା ମଧ୍ୟରେ ସେ କେଉଁ କେଉଁ ସମସ୍ୟା ର ସାମ୍ନା କରିଥିଲେ ତାହା କହି ଉଚ୍ଚ ଶିକ୍ଷା କରିବା ସହ ସରକାରୀ ଚାକିରୀ କରିବା ଅସମ୍ଭବ ନୁହେଁ ବୋଲି କହିଥିଲେ |ଶିକ୍ଷା ଗ୍ରହଣ କରିବା ସମୟରେ ସଠିକ ଭାବେ ଶିକ୍ଷା ଗ୍ରହଣ ନ କରି ଅସାମାଜିକ କାମ ପ୍ରତି ଆକୃଷ୍ଟ ହେଉଥିବା ଠାରୁ ଦୁରେଇ ରହିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ସେହିପରି ଅନ୍ୟ ଅତିଥିମାନେ ମଧ୍ୟ ନିଜ ସଂଘର୍ଷ ମୟ ଜୀବନ ରେ ନିଜକୁ ହାର ନ ମାନି ଆଜି ସମାଜରେ କିପରି ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିଛନ୍ତି ତାହା କହିବା ସହ ପିଲାମାନେ କିପରି ରାଇଘର ପରି ଏକ ଉପାନ୍ତ ଅଞ୍ଚଳରେ ଆଜିର ଦିନ ରେ ସବୁ ପ୍ରକାର ସୁବିଧା ପାଇ ସରକାରୀ ସାହାଯ୍ୟରେ ଆଗକୁ ବଢ଼ି ନିଜେ ନିଜେ ଆତ୍ମନିର୍ଭର ଶିଳ ହୋଇପାରିବେ |ସମାଜ ରେ ନିଜର ପ୍ରତିଷ୍ଠା କରି ସମାଜ ର ସେବାରେ ଲାଗିବେ ଏବଂ ସମାଜ ର ଉନ୍ନତି କୁ ଆଗେଇନେବେ ଏହାକୁ ଗୁରୁତ୍ୱ ଦେଇଥିଲେ | ଆଜିର ସମାଜ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା କୁ ଗୁରୁତ୍ୱ ଦିଆଯାଇଥିଲା |ନୂତନ ଭାବେ ସିଭିଲ ସର୍ବିସ ରେ ଉତୀର୍ଣ୍ଣ ହୋଇଥିବା ଏହି ରାଇଘର ଅଂଚଳର ପ୍ରତିଭା ମନେ ନିଜ ନିଜର ପଢିବା ସମୟ ରେ କିପରି ପରିଶ୍ରମ କରି କେତେ ସମୟ ପାଠ ପଢ଼ାରେ ସମୟ ଦେଉଥିଲେ |ଏବଂ ସେମାନଙ୍କ ଜୀବନ ର ପ୍ରେରଣା କୁ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ |କାଉସିଲିଙ୍ଗ ସରିବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମଧ୍ୟରେ ଥିବା ସନ୍ଦେହ ଦୂର କରିବା ପାଇଁ ଅତିଥି ମାନଙ୍କୁ ପ୍ରଶ୍ନ କରିଥିଲେ |ଶେଷରେ ମଣିରାମ ଗଣ୍ଡ ଧନ୍ୟବାଦ ଦେବା ପରେ ସଭା ସଙ୍ଗ ହୋଇଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

ବିଭାଗ ଓ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

masiha

ସପ୍ତମ ତମ ବାର୍ଷିକ ସିନ୍ଦେର ଉତ୍ସବ

Sunil Chandra Nayak

Leave a Comment

error: Content is protected !!