ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଯୁବକେନ୍ଦ୍ର ଦ୍ଵାରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ବିଶ୍ଵ ଯୁବକେନ୍ଦ୍ର ଦ୍ଵାରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଢେଙ୍କାନାଳ ସଦର : ଏହି ଅଭିଯାନରେ ଢେ଼ଙ୍କାନାଳ ଜିଲ୍ଲାର ୫୦ଟି ଗ୍ରାମରେ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଓ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏହି କ୍ଯାଣ୍ଡେଲ୍ ଶୋଭାଯାତ୍ରାରେ ସ୍କୁଲ ଛାତ୍ର ଛାତ୍ରୀ,ଗ୍ରାମବାସୀ,ଅଙ୍ଗନୱାଡ଼ିକର୍ମୀ, ଆଶାକର୍ମୀ,CRP,ମହିଳାନେତ୍ରୀ,ୱାର୍ଡମେମ୍ବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମ ଗୁଡିକରେ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ଥିଲା। ବିଭିନ୍ନ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଶପଥ ପାଠ ମଧ୍ୟ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଓ ଜସ୍ଟ ରାଇଟ୍ସ ଫର ଚିଲ୍ଡ୍ରେନ ଦ୍ଵାରା ନୂଆଦିଲ୍ଲୀରେ ୧୦୦ ଦିନିଆ ଦେଶ ବ୍ୟାପି ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିବା ବେଳେ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା କଙ୍କଡାହାଡ ବ୍ଲକ ସଭାଗୃହ ଠାରେ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ନିର୍ଦେଶକ,ବିଶ୍ଵ ଯୁବ କେନ୍ଦ୍ର ଉପସ୍ଥିତ ଥିଲେ। ଅନ୍ୟ ଅଂଶ ଗ୍ରହଣକାରୀ ଭାବରେ ପଞ୍ଚାୟତ ନିର୍ବାହ ଅଧିକାରୀ,ଅଙ୍ଗନବାଡ଼ି କର୍ମୀ,ଏଡ଼ିଇଓ,ଯୋଗ ଦେଇଥିଲେ । ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ଢେଙ୍କାନାଳ ଜିଲ୍ଲାରେ କିପରି ଅଭିଯାନକୁ କାର୍ଯ୍ୟକାରୀ କରି ହେବା ସହ ପଞ୍ଚାୟତ ମାନଙ୍କୁ କିପରି ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବ,ପଞ୍ଚାୟତ ନିର୍ବାହ ଅଧିକାରୀ ମାନଙ୍କୁ ଦିଆଯାଇଥିବା ବାଲ୍ୟ ବିବାହ ନିଷେଧ ଅଧିକାରୀ ଦାଇତ୍ଵ କିପରି ସଠିକ ଭାବରେ କାର୍ଯ୍ୟକାରୀ ହେବ,ସମସ୍ତ ବିବାହ ପଞ୍ଚାୟତରେ ପଞ୍ଜୀକରଣ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ ମସିହାନିଉଜ

Related posts

ପରିବାରର ୪ ନିଖୋଜ ଘଟଣା , ପୋଲିସ ଓ ସାଇଣ୍ଟିଫିକ ଟିମର ଖୋଡ ତାଳ 

Sunil Chandra Nayak

ଗୋଲାମୁଣ୍ଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

masiha

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

masiha

Leave a Comment

error: Content is protected !!