ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ବିଜ୍ଞାନ ର ପ୍ରାଧାନ୍ୟ”

“ବିଜ୍ଞାନ ର ପ୍ରାଧାନ୍ୟ”

ମୟୂରଭଂଜ -୨/୧୨-“ବିଜ୍ଞାନ ର ପ୍ରାଧାନ୍ୟ” ବିଷୟ ବସ୍ତୁକୁ ନେଇ ସ୍ଥାନୀୟ ଲିଟିଲ ଫ୍ଲାୱାର ବିଦ୍ୟାଳୟ ର ପ୍ରାଙ୍ଗଣରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କିଟ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଡ୍ର. ବୀରେନ୍ଦ୍ର କୁମାର ବିନ୍ଧାଣି, ଡ୍ର. ନରେଶ ଚନ୍ଦ୍ର ବଳ, ଡ୍ର. ସୌମ୍ୟ ରଞ୍ଜନ ମହାପାତ୍ର, ଡ୍ର. କୁମାର ନିଖିଲ, ଡ୍ର. ଗୁଲାବ ଚାନ୍ଦ ଆର୍ଯ୍ୟ, ଲିଟିଲ ଫ୍ଲାୱାର ବିଦ୍ୟାଳୟ ର ସମ୍ପାଦକ ଶ୍ରୀ କାଳି ପ୍ରସନ୍ନ ମହାନ୍ତି, ଶିକ୍ଷକ ଜୀବନରାମ ମହାନ୍ତ, ବିଜ୍ଞାନ ଶିକ୍ଷକ / ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଏହି ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ l ଲିଟିଲ ଫ୍ଲାୱାର ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ଦାସଙ୍କ ସଭାପତିତ୍ବ ରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ରେ ବିଜ୍ଞାନ ଦ୍ୱାରା ସମାଜରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମଧାନ ସମ୍ଭବ ବୋଲି ସମସ୍ତେ ମତ ପୋଷଣ କରିଥିଲେ l କୁ ସୁମନ ହେଂସ ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷକ ଶ୍ରୀ ଦିଲୀପ କୁମାର ଷଢଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବଡ଼ବିଲ ସଙ୍କୁଳରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା : ନୂତନ ଶିକ୍ଷାନୀତି ଉପରେ ୧୪୪ ଶିକ୍ଷକଙ୍କୁ ପ୍ରଶିକ୍ଷଣ

Sunil Chandra Nayak

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଉଲ୍ଲେଖନୀୟ ଏ ୱାନ୍ ଗ୍ରେଡ଼ ହାସଲ କରିଥିବା ୩୯ ଜଣ ଛାତ୍ରୀ,ଛାତ୍ର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ସମ୍ୱର୍ଦ୍ଧିତ 

masiha

ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

masiha

Leave a Comment

error: Content is protected !!