ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିକ୍ରମା ପକ୍ଷରୁ ଆଲୋଚନା ଚକ୍ର “ଅସନ୍ତୁଳିତ ଜଳବାୟୁ :ଅସୁରକ୍ଷିତ ବନ୍ୟପ୍ରାଣୀ “

ପରିକ୍ରମା ପକ୍ଷରୁ ଆଲୋଚନା ଚକ୍ର “ଅସନ୍ତୁଳିତ ଜଳବାୟୁ :ଅସୁରକ୍ଷିତ ବନ୍ୟପ୍ରାଣୀ ”

ମୟୂରଭଂଜ – ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ” ଅସନ୍ତୁଳିତ ଜଳବାୟୁ :ଅସୁରକ୍ଷିତ ବନ୍ୟପ୍ରାଣୀ” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥିଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ ଯୋଗଦେଇ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ରଖିଥିଲେ. ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ. ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରଞ୍ଜନ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ହାଇସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା. ଏଥିରେ ବିଚାରକ ଭାବେ ଅବସରପ୍ରାପ୍ତ ରେଞ୍ଜର ରମାକାନ୍ତ ମାଝୀ, ବରିଷ୍ଠ ଶିକ୍ଷାବିତ ଦିଲ୍ଲୀପ ମାହାନ୍ତି, ତିମିର ରଞ୍ଜନ ପଣ୍ଡା, ଅଧ୍ୟାପକ ପ୍ରତାପ ବରାଳ, ଅଧ୍ୟାପକ ମାନସ ପରିଡା, ଶିକ୍ଷାବିତ ସୁଶାନ୍ତ ପରୀକ୍ଷା ଯୋଗଦେଇଥିଲେ. ଓଡ଼ିଆ ମାଧ୍ୟମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମୋସୁମୀ ବେହେରା ପ୍ରଥମ ଓ ଅନୁରାଧା ବେହେରା ଦ୍ୱିତୀୟ, ସରସ୍ବତୀ ଶିଶୁ ମନ୍ଦିରର ଅଂଶୁମାନ ଗିରି ତୃତୀୟ ଏବଂ ଇଂରାଜୀ ମାଧ୍ୟମରେ କେରଳା ପବ୍ଲିକ ସ୍କୁଲର ଆଞ୍ଜେଲ ଅଗ୍ରୱାଲ ପ୍ରଥମ ଓ ରୀତିଶ୍ରୀ ଆର ଦ୍ୱିତୀୟ, ଲିଟିଲ ଫ୍ଲାୱାର ସ୍କୁଲର ଶିକ୍ଷା କୈବର୍ତ୍ତ ତୃତୀୟ ସ୍ଥାନଙ୍କୁ ଅତିଥିମାନେ ମେମେଣ୍ଟ, ପ୍ରୀତି ଉପହାର ଓ ପ୍ରସଂଶାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ. ସେହିପରି ରଞ୍ଜନ ନନ୍ଦଙ୍କ ପରିଚାଳନାରେ ଆକର୍ଷଣୀୟ କୁଇଜ ପ୍ରତିଯୋଗିତାର ତିରିଶ ଜଣ ସଠିକ ଉତ୍ତରଦାତାଙ୍କୁ ପୁରସ୍କାର ଓ ଗୋଟିଏ ଚାରା ଗଛ ପ୍ରଦାନ କରାଯାଇଥିଲା. ସମସ୍ତ ଅତିଥି, ବିଚାରକ ଓ ଶୁଭେଛୁ ଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରୀତିଉପହାର ଓ ମେମେଣ୍ଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ତିମିର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ. ଏଥିରେ ଦିଲ୍ଲୀପ ମହାନ୍ତି, ବିଜୟ ରାମ, ଦୁଷ୍ମନ୍ତ ଦାସ,ଅଧ୍ୟାପକ ଲଳିତ ମହାନ୍ତ, ଅଧ୍ୟାପକ ହିମାଂଶୁ ପଟ୍ଟନାୟକ, ଅଧ୍ୟାପକ ପ୍ରଶାନ୍ତ ପରୀକ୍ଷା, ମେଘନାଦ ହେମ୍ବ୍ରମ ପ୍ରମୁଖ ସହଯୋଗ କରିଥିଲେ. ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ ଚଳାନପଡା ଗୋଇମୁଣ୍ଡି ର ସାମାଜିକ ନାଟକ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫ ରୁ ଯୁବ ଉତ୍ସବ ପାଳନ

Sunil Chandra Nayak

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ରେ ୭୬ ତମ ସମ୍ବିଧାନ ଦିବସ ପାଳିତq

Sunil Chandra Nayak

Leave a Comment

error: Content is protected !!