ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଆଞ୍ଚଳିକ

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ବନ୍ଧୁଗାଁ ତା ୧୪/୧୦/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏଥିରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗ ଦେଇ ମୋଟ ୩୧ ଟି ଅଭିଯୋଗ ଶୁଣାଣି କରିଥିଲେ ସେଥି ମଧ୍ୟରୁ ୧୧ଟି ବ୍ୟକ୍ତିଗତ ଓ ୨୦ ଟି ସାମୁହିକ ଅଭିଯୋଗ ରହିଥିଲା। ସ୍ଥାନୀୟ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିଫ ଡେଭଲପମେଣ୍ଟ ଅଫିସର ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ଆଇ ଟି ଡି ଏ (ପି ଏ) ସ୍ନେହ ପ୍ରଭା ମାଝି, ସି ଡି ଏମ ଓ ଡ଼ା ଏନ ଏମ ଶତପଥୀ, ତହସିଲଦାର ଶ୍ରୀମତୀ ସୋନାଲି ପାତ୍ର, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ଏସ ଡି ପି ଓ ମନୋଜ କୁମାର ବେହେରା, ଡି ଇ ଓ ଅର୍ପିତା ପ୍ରଧାନ, ଡି ଏଫ ଓ ଜଗନ୍ନାଥ ପ୍ରସାଦ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବାଗ, ଏ ଫି ଓ ସପ୍ନା ବେହେରା, ଏ ଇ ଇ ସୋରୋଭ ନାଇକ ଓ ମେଡିକାଲ ଅଫିସର ଡ଼ା ପରିବେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗାରିଡି ଓ ଯାଗୁଗୁଡା ଦୁଇଟି ପଞ୍ଚାୟତ ଗୁଡ଼ିକୁ ୨ ଟି ଲେଖାଏଁ ପଞ୍ଚାୟତ କରିବା,ଜମି ପଟ୍ଟା, ପିଚୁ ରାସ୍ତା ନିର୍ମାଣ, ପିଇବା ପାଣି, ନଳ କୂପ ଖନନ, ନିଲାବାଡି ମନ୍ଦିର ରେ ଧାନ ମଣ୍ଡି ନ କରିବା, ନିଲାବାଡି ମନ୍ଦିରର ଉନ୍ନତି ମୂଳକ କାମ କରାଇବା, ଅଦିନିଆ ବର୍ଷା କ୍ଷୟ କ୍ଷତି ହୋଇଥିବା ଫସଲ ର କ୍ଷତି ପୂରଣ ଚାଷୀଙ୍କୁ ଯୋଗାଇବା, ସିକଲିନ ରୋଗୀଙ୍କୁ ଅନୁଦାନ ଅର୍ଥ ପ୍ରଦାନ କରିବା ଭଳି ୩୧ ଅଭିଯୋଗ ଶୁଣାଣି କରିଥିଲେ ଜିଲ୍ଲାପାଳ। ଏଥି ସହିତ ଜିଲ୍ଲାପାଳ ମିଶିନ ଶକ୍ତି କାର୍ଯ୍ୟକ୍ରମର ଘୁସୁରାଗୁଡା ଗ୍ରାମରେ ଥିବା ଜିହୋବା ଜିରି ଏସଏଚଜି ଗୋଲ ମରିଚ, ଅଦା, ଫୁଲ ଝାଡୁ ଚାଷ କରି ୧୦ ଜଣ ଆଦିବାସୀ ମହିଳା ଆତ୍ମନିର୍ଭରଶୀଳ କରିଥିବାରୁ ତାହାକୁ ଯାଇ ବୁଲି ଦେଖିବା ସହ ଗ୍ରୁପ ସହିତ ଆଲୋଚନା କରି ଗାଁ ରେ ଷ୍ଟରେଜ ପାଇଁ ଗୁଡାମ ଗୃହ, ଗୋଲ ମରିଚର ମୂଲ୍ୟ ବୃଦ୍ଧି ପାଇଁ ମିଶିନ ଯୋଗାଇବା ଓ କୋଫି ଗଛ ଲଗାଇବା ପାଇଁ ଜିଲ୍ଲାପାଳ କହିଥିବା ଜାଣିବାକୁ ମିଳିଛି।ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ବନ୍ଧୁଗାଁ ପୁଲିସ ଉପସ୍ଥିତ ରହିଥିଲେ l

ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର I

Related posts

ଗଛ ଭାଙ୍ଗି ରୋଷେଇ ଗୃହ ଚୁରମାର: ନିର୍ମାଣ ପାଇଁ ଦାବି 

Sunil Chandra Nayak

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

Sunil Chandra Nayak

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!