ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ମୟୂରଭଞ୍ଜ -୧୬/୮/୨୨(ମସିହା) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଦଳର ନେତୃବୃନ୍ଦ, ପଦାଧିକାରୀ,କର୍ମିବୃନ୍ଦ ଯୋଗଜନ୍ମା ଅଟଳଜୀ ଫଟୋଚିତ୍ରରେ ପୁଷ୍ପାର୍ଘ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ବରିଷ୍ଠ ନେତା ବିଜେପି ରାଜ୍ୟ ସଂପାଦକ ନବୀନ ରାମ ଅଟଳଜୀଙ୍କ ଜୀବନୀ ଓ ଦୃଢ ନେତୃତ୍ବ ବିଷୟରେ ସୂଚନା ଦେଇଥିଲେ । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଅଟଳଜୀ ଜଣେ ସଫଳ ପ୍ରଧାନମନ୍ତ୍ରୀ କହିଥିଲେ । ଉପସ୍ଥିତ ନେତୃବୃନ୍ଦ ଅଟଳଜୀଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ମନୋରଂଜନ ମହାନ୍ତି (ନନ୍ଦିଆ),ମନୋଜ ଦାସ(ବାପି),ଶିବୁ ଅଗ୍ରୱାଲ, ପ୍ରଦୀପ ରାଉତ,କିଶୋର ରଜକ,ମିଥିଳା ଟୁଡୁ,ଚିକୁ ରାମଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବ୍ଲକ ଆଇନ ପରାମର୍ଶ ଦାତାଙ୍କ ଯୋଗଦାନ

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!