ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସାମ୍ବାଦିକ ଭବନ ଉଦଘାଟିତ

 ଭବାନୀପାଟଣା ସ୍ତିତ ଦେଵାନ୍ ସାହିବ ପଡା ରେ ସାମ୍ବାଦିକମାନଙ୍କ ବ୍ୟବହାର ପାଇଁ ଜିଲ୍ଲା ସାମ୍ବାଦିକ ଭବନକୁ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଉଦଘାଟନ କରିଥିଲେ।ଏହି ଜିଲ୍ଲା ସାମ୍ବାଦିକ ଭବନ ବର୍ତ୍ତମାନ ଏକ ସରକାରୀ କ୍ୱାର୍ଟର କୁ ସାମୟିକ ଭାବେ ବ୍ୟବହାର ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି ଓ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏହି ଭବନର ମରାମତି କାର୍ଯ କରି ହସ୍ତାନ୍ତର କରିଛନ୍ତି। ଉଦଘାଟନ ସମୟରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ ବାବୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା,,ଯୋଜନା ଓ ସ୍ଵମନୟର ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ବରିଷ୍ଠ ସାମ୍ବାଦିକ ଶ୍ରୀ ଉମା ଶଙ୍କର କର,ଶ୍ରୀ ଶାନ୍ତନୁ ବେହେରାଙ୍କ ସମେତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ଜିଲ୍ଲା ପ୍ରତିନିଧି ଗଣ ଉପସ୍ଥିତ ଥିଲେ। ଉଦଘାଟନ ପରେ ସ୍ଥାନୀୟ ଡିଡି ପ୍ଲାନିଂ ସମ୍ମିଳନୀ ଗୃହ ରେ ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ସଭାର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ଓ ମୋମେଣ୍ଟୋ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ଶ୍ରୀ ମନ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।ସାମ୍ବାଦିକ ଗଣ ଜିଲ୍ଲାପାଳଙ୍କ ଦୀର୍ଘ ୪ ବର୍ଷ ଅବସ୍ଥାନରେ ଜିଲ୍ଲାରେ ବିଭିନ୍ନ ନୂତନ ପ୍ରକଳ୍ପ ର ବିକାଶ ,କାୟକଳ୍ପ ପୁରସ୍କାର,ନୀତି ଆୟୋଗ ର ପୁରସ୍କାର,ଅଗ୍ରଣୀ ଜିଲ୍ଲା ଭାବେ ନାମ,ଓ ସର୍ବୋପରି ୧୨୯ ଟି ହାଇସ୍କୁଲ ରୂପାନ୍ତରଣ, କେସିଙ୍ଗାରେ ପୁନର୍ବାସ କଲୋନୀ,ନୂତନ ବସଷ୍ଟାଣ୍ଡର ନିର୍ମାଣ,ଟାଉନ ହଲ, କୋଭିଡ ପରିଚାଳନା ଇତ୍ୟାଦି,ଗମନାଗମନ,ସ୍ବାସ୍ଥ୍ୟ,ଶିକ୍ଷା,ଆଦିବାସୀ ଅଞ୍ଚଳକୁ ପ୍ରାଧାନ୍ୟ,ଜିଲ୍ଲାପାଳଙ୍କ ଦୂରଦର୍ଷିତା ଓ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲାପାଳଙ୍କୁ ପ୍ରଶଂସା କରି ଏଭଳି କର୍ତ୍ୟବନିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମୋ ପାଇଁ ବହୁତ କଷ୍ଟ ଆଣିଛି ବୋଲି କହିଥିଲେ।ସୂଚନାଯୋଗ୍ୟଯେ ଜିଲ୍ଲା ସାମ୍ବାଦିକ ଭବନ ବହୁ ଦିନରୁ ଦାବି ହୋଇ ଆସୁଥିଲା ଏବଂ ଜିଲ୍ଲାପାଳଙ୍କ ଜରିଆରେ ସାମ୍ବାଦିକ ମାନଙ୍କ ପାଇଁ ଏହା ଉପହାର ବୋଲି ଉପସ୍ଥିତ ସମସ୍ତ ସାମ୍ବାଦିକ ଆନନ୍ଦ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ଭବନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡିଙ୍କ ନିୟନ୍ତ୍ରଣ ରେ ରହିବ ଓ ଏହା ଜିଲ୍ଲାରେ କାର୍ଯ୍ୟରତ ପଞ୍ଜୀକୃତ ସାମ୍ବାଦିକ ଙ୍କ ପାଇଁ ଉଦ୍ଦିଷ୍ଟ। ସାମ୍ବାଦିକ ବନ୍ଧୁ ଏଠାରେ ପ୍ରେସ ସମ୍ବଧୀୟ କାର୍ଯ୍ୟ,ଜିଲ୍ଲାର ବିକାଶ ,ଐତିହ୍ୟ,ସଂସ୍କୃତି,ପାଇଁ ଆଲୋଚନା ଚକ୍ର ଇତ୍ୟାଦି ଗଠନ ମୂଳକ କାର୍ଯ୍ୟ କରିପାରିବେ।କାର୍ଯ୍ୟରତ ପଞ୍ଜୀକୃତ ସାମ୍ବାଦିକ ଏହାର ସଦ୍ ବ୍ୟବହାର କରି ଜିଲ୍ଲାର ବିକାଶରେ ସହଯୋଗ କରିବେ। ଭବିଷ୍ୟତରେ ନିଜସ୍ଵ ପ୍ରେସ କ୍ଲବର ନିର୍ମାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

କଳାହାଣ୍ଡି ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୂଆପଡା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ଖଡ଼ିଆଳ କଲେଜ ଠାରେ ୯.୮ କୋଟି ଟାଉନ ହଳ,ଅଡିଟରୀୟମ ଶିଳାନ୍ୟାସ

ମେୟରଙ୍କୁ ଦାବିପତ୍ର ଦେଲା ମିଳିତ କଳାକାର ମଞ୍ଚ

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

Sunil Chandra Nayak

Leave a Comment

error: Content is protected !!