ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀ

ଉପ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ 

ଧର୍ମଗଡ:୨/୧୧/୨୨: ଚଳିତ ବର୍ଷ ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ପାଣି ବୋଡ଼େନ ପର୍ଯ୍ୟନ୍ତ ଆସିବ ଏହା ଜାଣିବା ପରେ ଚାଷୀ ଙ୍କ ମଧ୍ଯ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରବି ଚାଷ ନେଇ ଚାଷୀ ବହୁ ଆଶା ବାନ୍ଧି ଥିବା ବେଳେ ଏବେ ପାଣି ଯୋଗାଣ ହେବ ନାହିଁ ଜାଣି ଚାଷୀ ହତାଶ ହୋଇ ପଡିଛି । ଏହା କୁ ନେଇ ଆଜି ଚାଷୀ ବୃନ୍ଦ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୁଷଣ ଙ୍କୁ ଭେଟି ପାଣି ଛାଡ଼ିବା ନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶ ଯେ, ଚଳିତ ବର୍ଷ ରବି ଚାଷ ପାଇଁ ଇନ୍ଦ୍ରାବତୀ ରିଜର୍ଭ ରେ ପାଣି କମ୍ ଥିବା ଏବଂ କେନାଲ ମରାମତି ର ଆଳ ଦେଖାଇ ବିଭାଗୀୟ ଅଧିକାରୀ ମାନେ ଧର୍ମଗଡ ବ୍ଲକ ର କେବଳ ୧୩ ଗୋଟି ଗ୍ରାମ କୁ କେନାଲ ରେ ପାଣି ଯୋଗାଇବା ପ୍ରୋଗ୍ରାମ କରିଛନ୍ତି । କୁସୁମଖୁଣ୍ଟି ଡିଭିଜନ ର ସବୁ ଗାଁ ଅର୍ଥାତ ୧୩୨ ଗାଁ ର ୨୭,୫୦୦ ହେକ୍ଟର ଜମି କୁ ରବି ଚାଷ ପାଇଁ ପାଣି ଦିଆଯିବ । ସେହିପରି ମେଗା ଲିଫ୍ଟ ପଏଣ୍ଟ ଦ୍ଵାରା ୨୬ ଟି ଗାଁ ର ୭୭୭୯.୯୨ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । କିନ୍ତୁ ଧର୍ମଗଡ ଡିଭିଜନ ର ମାତ୍ର ୧୩ ଗାଁ କୁ ଜଳ ଯୋଗାଣ ହେବ । ଏହା ଏହି ଅଞ୍ଚଳ ର ଚାଷୀ ଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ଚାଷୀ ନେତା ତଥା ଆଇନ ଜୀବି ତୁଷାର ରଞ୍ଜନ ପଟଯୋଷୀ କହିଛନ୍ତି । ଗତ ବର୍ଷ ରବି ଚାଷ ସମୟ ରେ କେନାଲ ମରାମତି ପାଇଁ ପାଣି ଯୋଗାଣ ବନ୍ଦ କରାଯାଇଥିଲା । ଫଳ ରେ ଚାଷୀ ଆର୍ଥିକ କ୍ଷତି ସାହିଥିଲ । ତେବେ ଚଳିତ ବର୍ଷ ପୁଣି ଥରେ ରବି ଚାଷ ବନ୍ଦ ହେବା ଘଟଣା କୁ ଚାଷୀ ମାନେ ଗ୍ରହଣ କରି ପାରୁ ନାହାନ୍ତି । ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ପର୍ଯ୍ୟାପ୍ତ ପରିମାଣ ରେ ପାଣି ଥିବା ବେଳେ କେନାଲ ରେ ଜଳ ଯୋଗାଣ ବନ୍ଦ କରିବା ଏକ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ରବି ଋତୁ ରେ ଧର୍ମଗଡ ଅଞ୍ଚଳ ର ଚିଳିଚିଲା ଡିଷ୍ଟ୍ରି ବ୍ୟୁଟରି ଓ ତେନ୍ତୁଲିଆ ପଡ଼ା ସବ ମାଇନର ରେ ପାଣି ଯୋଗାଣ ନ ହେଲେ ଅଞ୍ଚଳ ର ଚାଷୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି । ଅଭିଯୋଗ ପତ୍ର ପ୍ରଦାନ ସମୟ ରେ ଚାଷୀ ଡାକେ ଲହଜଲ୍, ପ୍ରମୋଦ କୁମାର ପଣ୍ଡା, ସନ୍ତୋଷ କୁମାର ପାଢ଼ୀ, ଧନୁ ଗୋପାଲ, ଏମ. ପ୍ରବୀଣ କୁମାର, ସୁଶାନ୍ତ ପାତ୍ର, ବିଶ୍ଵନାଥ ମୁଣ୍ଡ, କିଶନ ମାଝୀ, ଜିବଶଙ୍କର ନାଏକ, ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା

ଉତ୍କଳ ଦିବସ ପାଳିତ

Sunil Chandra Nayak

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!