ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟବ୍ରତ ଦେହୁରୀ ଙ୍କ କବିତା କେଉଁଠି ଥୋଇବି ପାଦ

କେଉଁଠି ଥୋଇବି ପାଦ

କେଉଁଠି ଥୋଇବି ପାଦ ହେ କଳାଠାକୁର

ଲାଗୁଛି ତ ମୋତେ ଡର,

ତୁମେ ଥାଇ ଯଦି ଏ ସସାରେ ଆଜି

ଅରାଜକତା ପହଞ୍ଚିବ ଅଗ୍ରର।

ସେନେହ ମମତାର ମୁଲ ନାହିଁ ଏ ସସାରେ

ବିକ୍ରି ହୁଏ ସବୁଠି ସ୍ୱାର୍ଥ,

ଘଡିକେ ଘୋଡ଼ା ଛୁଟି ବଦଳି ଯାଉଛି

ଋତୁ ପରି ଲାଗଇ ମଣିଷ।

ସବୁ କୁକର୍ମ ଗୁଡିକ ସାରା ପୃଥିବୀରେ

ଚାଲୁଛନ୍ତି ତାଙ୍କ ବାଟ,

ଦୁର୍ଲଭ ମଣିଷ ଜୀବନ କିଛି ଭଲ ଲାଗୁନି

ବାଟବଣା ହୁଏ ଏ ମଣିଷ।

ଜଗତ କରତା ବୋଲି ଜାଣେ ମୁହିଁ ତୁମକୁ

ସମର୍ପିଲି ଏ ଦୁନିଆର ସବୁ କଷ୍ଟ,

ତୁମେ ଅଟ ଶକ୍ତି ତୁମେ ଅଟ ପରା ମୁକତି

ତୁମ କୃପାରୁ କିଛି ଆମକୁ ଦେବ।

 

ପ୍ରିୟବ୍ରତ ଦେହୁରୀ

ଢେଙ୍କାନାଳ

Related posts

ମୁଣ୍ଡରା ଗୁଡା ସ୍କୁଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ତରୀୟ ଇନ୍ଦିରା ଗାନ୍ଧୀ ଙ୍କ ୩୮ ତମ ଶ୍ରାଦ୍ଧ ଦିବସ

Sunil Chandra Nayak

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

Leave a Comment

error: Content is protected !!