ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା……୪

ମହାଭାରତ କଥା……୪

 

ଭୀମଙ୍କର ଶରୀରରେ ଅଶୀ ହାତୀଙ୍କର ଶକ୍ତି ସଞ୍ଚାର ହେଲା କିପରି

 

       ରାଜପରିବାରରେ ପାଣ୍ଡୁଙ୍କ ପୁତ୍ରମାନେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ସହିତ ଏକତ୍ର ରହିଥାନ୍ତି । ଏହି ବାଲ୍ଯକାଳରୁ ହିଁ ଧୃତରାଷ୍ଟ୍ରଙ୍କ ଜ୍ଯେଷ୍ଠପୁତ୍ର ଦୁର୍ଯ୍ୟୋଧନର ମନରେ ପାଣ୍ଡବ ପାଞ୍ଚଭାଇଙ୍କ ପ୍ରତି ଏକ ଅସୂୟାଭାବ ବସା ବାନ୍ଧିବାକୁ ଆରମ୍ଭ କରେ । ସେ ଏମାନଙ୍କୁ କାହାରିକୁ ଭଲ ଆଖିରେ ଦେଖିପାରେ ନାହିଁ । ଯୁଧିଷ୍ଠିର ସମସ୍ତଙ୍କ ଅପେକ୍ଷା ବୟସରେ ବଡ଼ ହୋଇଥିବା ଦୃଷ୍ଟିରୁ ପିତା ଧୃତରାଷ୍ଟ୍ର କାଳେ ଯୁଧିଷ୍ଠିରଙ୍କୁ ନିଜର ଉତ୍ତରାଧିକାରୀ କରିବେ ଏହା ଭାବି ଦୁର୍ଯ୍ୟୋଧନ ସର୍ବଦା ଈର୍ଷାରେ ଜଳୁଥାଏ । ସେ ଜଣ ଜଣ କରି ପାଞ୍ଚଭାଇଙ୍କୁ ଜୀବନରେ ମାରିଦେବା ପାଇଁ ଯୋଜନା କରି ପ୍ରଥମେ ଭୀମଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏକ ଵଣଭୋଜିର ଆୟୋଜନ କଲା ଏବଂ ସେହି ଭୋଜିରେ ଭୀମଙ୍କୁ ବିଷଲଡୁ ଖୁଆଇ ସେ ଅଚେତ ହୋଇ ଯାଇଥିବା ଅବସ୍ଥାରେ ତାଙ୍କୁ ମୃତ ବୋଲି ଭାବି ନଦୀ ଗର୍ଭକୁ ଫିଙ୍ଗି ଦେଇଥିଲା । ଭୀମ ନଦୀ ଜଳରେ ଅଚେତ ଅଵସ୍ଥାରେ ଭାସି ଭାସି ଯାଇ ଏକ ସର୍ପବଣରେ ଲାଗିଲେ । ସର୍ପମାନେ ତାଙ୍କୁ ଦଂଶନ କରିବା ଯୋଗୁ ‘ ବିଷକୁ ବିଷ କାଟେ ‘ ନ୍ଯାୟରେ ତାଙ୍କର ଚେତା ଫେରି ଆସିଲା । ଏହା ଦେଖି ସର୍ପମାନେ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କର ମୁଖ୍ୟ ନାଗରାଜାଙ୍କୁ ଏକଥା ଜଣାଇଲେ । ନାଗରାଜା ଆସି ଭୀମଙ୍କ ନିକଟରେ ପହଞ୍ଚି ତାଙ୍କଠାରୁ ଇତିପୂର୍ବରୁ ଘଟିଯାଇଥିବା ସମସ୍ତ ଘଟଣାର ଵୃତ୍ତାନ୍ତ ଶୁଣି ତାଙ୍କୁ ଏକ ରସକୁଣ୍ଡ ଦେଇ ତାହା ପାନ କରାଇଥିଲେ, ଯାହା ଫଳରେ ଭୀମଙ୍କ ଶରୀରରେ ଅଶୀ ହାତୀଙ୍କର ଶକ୍ତି ସଞ୍ଚାର ହୋଇଥିଲା ।

       ଏଣେ ଭୀମ ବଣଭୋଜିରୁ ନ ଫେରିବା ଦେଖି ମା’ କୁନ୍ତୀ ଅତ୍ଯନ୍ତ ବ୍ଯସ୍ତ ହୋଇ ତାଙ୍କ ଦେବର ବିଦୂରଙ୍କୁ ଡକାଇ କହିଲେ, ଦୁର୍ଯ୍ୟୋଧନ ତ ମୋ ପୁତ୍ରମାନଙ୍କୁ ଭଲ ପାଏ ନାହିଁ । ସେ ବୋଧହୁଏ ଭୀମକୁ ବଣଭୋଜିକୁ ଡାକି ନେଇ ମାରି ଫୋପାଡ଼ି ଦେଇଛି । ବିଦୂର କୁନ୍ତୀଙ୍କୁ ଆଶ୍ଵାସନା ଦେଇ କହିଲେ, ଭାଉଜ,ତୁମେ ଆଦୌ ଚିନ୍ତା କର ନାହିଁ । ତୁମେ କ’ଣ ଭୁଲିଗଲ, ଅନେକ ଦିନ ତଳେ ଜଣେ ଋଷି ଭୀମକୁ ଆର୍ଶୀବାଦ ଦେଇ କହିଥିଲେ, ତୁମର ଏ ପୁତ୍ରଟି ଅତୁଳନୀୟ ଶକ୍ତିର ଅଧିକାରୀ ହେବ ଏବଂ କେହି ଏହାର କୌଣସି ଅନିଷ୍ଟ କରି ପାରିବେ ନାହିଁ ବୋଲି । ଭୀମ ନିଶ୍ଚୟ ଫେରି ଆସିବ । ବିଦୁରଙ୍କ କଥା ଶୁଣି କୁନ୍ତୀ ଆଶ୍ଵସ୍ତ ହୋଇଥିଲେ । ଏହାର କିଛି ଦିନ ପରେ ଭୀମ ହସ୍ତିନାପୁରକୁ ଫେରି ଆସି ମାତା ଓ ଅନ୍ୟ ଭାଇମାନଙ୍କ ନିକଟରେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ଏହା ଶୁଣି ଯୁଧିଷ୍ଠିର ଭୀମଙ୍କ କାନ ପାଖରେ ଧୀର ଗଳାରେ କହିଲେ, ତୁ ଏସବୁ କଥା ଅନ୍ୟ କାହାରି ନିକଟରେ ପ୍ରକାଶ କରିବୁ ନାହିଁ । ଏଣିକି ଆମେ ସବୁ ସାବଧାନ ହୋଇ ରହିବା । ଭୀମ ଜୀବିତାବସ୍ଥାରେ ହସ୍ତିନାପୁରକୁ ଫେରି ଆସିଥିବାରୁ ଦୁର୍ଯ୍ୟୋଧନ ମନେ ମନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏଥିଯୋଗୁଁ ତାର କ୍ରୋଧ ମଧ୍ୟ ଦ୍ବିଗୁଣିତ ହୋଇ ଉଠିଲା । ଦିନ ପରେ ଦିନ ଗଡିଯିବାରେ ଲାଗିଥାଏ । ଧୃତରାଷ୍ଟ୍ର ବୃଦ୍ଧ ହୋଇଯାଇଥାନ୍ତି । ଏଣିକି ସେ ତାଙ୍କର ଜଣେ ଉତ୍ତରାଧିକାରୀ ବାଛିବା କଥା । ଭୀଷ୍ମ ତାଙ୍କୁ ପରାମର୍ଶ ଦେଇ କହିଲେ ଯେ ସବୁ ଭାଇଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଏବଂ ଧର୍ମପରାୟଣ ଯୁଧିଷ୍ଠିର ହେଉଛନ୍ତି ରାଜସିଂହାସନ ଆରୋହଣ କରିବାର ଏକମାତ୍ର ଯୋଗ୍ଯ ବ୍ଯକ୍ତି । ତେଣୁ ଧୃତରାଷ୍ଟ୍ର ତାଙ୍କର ପୁତୁରା ଯୁଧିଷ୍ଠିରଙ୍କୁ ଯୁବରାଜ ବୋଲି ଘୋଷଣା କରିଦିଅନ୍ତି ,ଏହା ଫଳରେ ଦୁର୍ଯ୍ୟୋଧନର ମନରେ ଈର୍ଷାର ବହ୍ନି ଶତଗୁଣରେ ପ୍ରଜ୍ଜ୍ବଳିତ ହୋଇଉଠିଲା । ପାଣ୍ଡବମାନଙ୍କୁ ସମୂଳେ ବିନାଶ କରିଦେବା ପାଇଁ ସେ ସାହାଯ୍ୟ କଲେ ।

       ହସ୍ତିନାପୁର ଠାରୁ କିଛି ଦୂରରେ ଥିବା ଶିବଙ୍କ ମନ୍ଦିରରେ ଏକ ମେଳା ହେଉଥାଏ । ଏହି ମେଳାରେ ଯୋଗ ଦେବା ଲାଗି ରାଜ ପରିବାରର ସବୁ ସଦସ୍ଯ ସେଠାକୁ ଯାଇଥାନ୍ତି । ସେଠାରେ ଗୋଟିଏ ରାତି ବିତାଇ ସମସ୍ତେ ତା’ ପରଦିନ ସକାଳେ ଫେରି ଆସିବା କଥା । ପାଣ୍ଡବ ପାଞ୍ଚଭାଇ ସେମାନଙ୍କ ମା’ ଙ୍କ ସହିତ ରହିବା ପାଇଁ ଦୁର୍ଯ୍ୟୋଧନ ସେଠାରେ ଏକ ସୁନ୍ଦର ଜଉ ଘର ନିର୍ମାଣ କରାଇଥାଏ, ଯେଉଁଥିରେ କି ନିଆଁ ଲାଗିଲେ କ୍ଷଣକ ମଧ୍ୟରେ ଘରଟି ଭସ୍ମୀଭୂତ ହୋଇଯିବ । ଵିଦୂର ଏହି ଷଡଯନ୍ତ୍ରର ସୁରାକ ପାଇ ଆଗରୁ ଏକ ସୁଡଙ୍ଗ ନିର୍ମାଣ କରାଇଥାନ୍ତି ଏବଂ ଘର ଭିତରୁ ଖସି ଚାଲିଯିବା ଲାଗି କୁନ୍ତୀ ଓ ତାଙ୍କର ପୁତ୍ରମାନଙ୍କୁ ସତର୍କ କରାଇ ଦେଇଥାନ୍ତି । ସେମାନେ ମେଳା ଦେଖିସାରି ସେହି ଗୃହ ମଧ୍ୟରେ ରାତିରେ ବିଶ୍ରାମ ନେବା ପରିବର୍ତ୍ତେ ଖସି ପଳାଇଥିଲେ । ଦୁର୍ଯ୍ୟୋଧନ ରାତି ଅଧରେ ସେହି ଘରେ ନିଆଁ ଲଗାଇ ଦେଲା । ଘରଟି ହୁତୁହୁତ୍ ହୋଇ ଜଳି ଉଠିବାରୁ ଦୁର୍ଯ୍ୟୋଧନ ମନେ ମନେ ଖୁସି ହେଲା ଏବଂ ତାର ଶତ୍ରୁମାନଙ୍କୁ ସେ ନିପାତ କରିଦେଇଛି ବୋଲି ଭାବି ନିଶ୍ଚିନ୍ତ ହୋଇ ଖୁସି ମନରେ ରାଜଧାନୀକୁ ଫେରି ଆସିଲା । ଏଣେ ଘରେ ନିଆଁ ଲାଗିବା ପୂର୍ବରୁ ମା’ କୁନ୍ତୀଙ୍କ ସହିତ ପାଞ୍ଚଭାଇ ବିଦୂରଙ୍କ ଦ୍ବାରା ପୂର୍ବରୁ ନିର୍ମିତ ସୁଡଙ୍ଗ ମଧ୍ୟ ଦେଇ ବାହାରକୁ ଚାଲି ଆସି ରାତିସାରା ଚାଲି ଚାଲି ଏକ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ । ଭୀମ ତାଙ୍କ ଦୁଇ ବଳିଷ୍ଠ ବାହୁ ଉପରେ ମା’ ଓ ଅନ୍ଯ ଭାଇମାନଙ୍କୁ ବସାଇ ଦ୍ରୁତ ଗତିରେ ଯାଇ ଏକଚକ୍ର ନାମକ ଏକ ଗ୍ରାମରେ ପହଞ୍ଚିଲେ । ସେମାନେ ବ୍ରାହ୍ମଣ ବେଶରେ ସେହି ଗ୍ରାମରେ ରହିବାକୁ ଲାଗିଲେ ।

       ଏହି ଗ୍ରାମରେ ରହିବାର କିଛିଦିନ ପରେ ସେମାନେ ଶୁଣିବାକୁ ପାଇଲେ ଯେ ପାଞ୍ଚାଳର ରାଜା ଦ୍ରୁପଦ ତାଙ୍କର ଏକମାତ୍ର କନ୍ଯାର ବିବାହ ନିମନ୍ତେ ଏକ ସ୍ବୟମ୍ବର କରୁଛନ୍ତି । ଏହି ପାଞ୍ଚଭାଇ ବ୍ରାହ୍ମଣ ବେଶରେ ଯାଇ ପାଞ୍ଚାଳ ନଗରୀରେ ପହଞ୍ଚିଲେ । ଅର୍ଜୁନ ଧନୁର୍ବିଦ୍ଯାରେ ଧୁରନ୍ଧର ଥିବାରୁ ସ୍ବୟମ୍ବର ସ୍ଥଳୀରେ ଲକ୍ଷ୍ୟଭେଦ ପ୍ରତିଦ୍ବନ୍ଦିତାରେ ବିମଣ୍ଡିତ ହୋଇ ଦ୍ରୌପଦୀଙ୍କର ବରଣମାଳାର ଅଧିକାରୀ ହୋଇଥିଲେ । ସେମାନେ ଯେତେବେଳେ ଦ୍ରୌପଦୀଙ୍କୁ ସଙ୍ଗରେ ଧରି ସେମାନଙ୍କ ଆଶ୍ରୟସ୍ଥଳୀକୁ ଫେରି ଆସି ଦୂରରୁ ଡାକଛାଡି କହିଲେ, ମା ଆମେ ତୁମ ପାଇଁ ଗୋଟିଏ ଭଲ ଉପହାର ଆଣିଛୁ କୁନ୍ତୀ ଘର ଭିତରେ ଥାଇ ଉତ୍ତର ଦେଲେ, ତୁମେ ପାଞ୍ଚଭାଇ ସେହି ଉପହାରକୁ ବାଣ୍ଟିନିଅ । କୁନ୍ତୀ ଏହା କହିସାରି ବାହାରକୁ ଆସି ଦେଖନ୍ତି ତ ତାଙ୍କ ପାଞ୍ଚ ପୁଅ ଦ୍ରୌପଦୀଙ୍କ ସହିତ ଠିଆ ହୋଇଛନ୍ତି । ସ୍ବୟମ୍ବରର ସମସ୍ତ ଵୃତ୍ତାନ୍ତ ଶୁଣି କୁନ୍ତୀ ନବବଧୂ ଦ୍ରୌପଦୀଙ୍କୁ ଆନନ୍ଦରେ ଆଲିଙ୍ଗନ କରି ଆର୍ଶୀବାଦ ପ୍ରଦାନ କରି କହିଲେ, ତୁ ଏମାନଙ୍କର ସମସ୍ତଙ୍କର ହୋଇ ରହିଥା । ମା’ ଙ୍କ ମୁହଁରୁ ବାହାରିଥିବା କଥା ଅନ୍ଯଥା ହେବାର ନୁହେଁ । ତେଣୁ ଦ୍ରୌପଦୀ ପାଞ୍ଚଭାଇଙ୍କର ପତ୍ନୀ ହୋଇ ରହିଲେ ।। କ୍ରମଶଃ…

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ–ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଗଛ ଲଗାଇବା କାହା ପାଇଁ

ବେଣୁଧର ସୂତାର ଙ୍କ କବିତା ସ୍ବପ୍ନ ଗୋ ତୁମେ

Sunil Chandra Nayak

କବିତା ସାହୁ ଙ୍କ କବିତା – ରାମ ନବମୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort