ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଧନା ପଣ୍ଡା ଙ୍କ କବିତା ଚିଠି

      ଚିଠି 

      ସାଧନା ପଣ୍ଡା 

ଏ’ ଚିଠି ,,,,, ତାହାକୁ 
ସେଇ ମୁହୂର୍ତ୍ତ ମାନଙ୍କୁ 
ସେଇ ସମ୍ପର୍କକୁ
ମତେ ସହି ପାରୁଥିବା ହୃଦୟକୁ
ତା’ର ନୀଡ ମଗ୍ନ ଆକାଂକ୍ଷାକୁ
ପ୍ରତୀକ୍ଷାର ସମର୍ପଣକୁ
ଅନୁରାଗରେ ଜୁଡୁବୁଡ୍ ଦରଦୀ ହୃଦୟକୁ
ଭରପୁର୍ ଜୀଇଁବାର ସଂକଳ୍ପକୁ
ଶୁଭି ଯାଥିବା ଚାପା କଣ୍ଠର
 ଅସ୍ପଷ୍ଟ ଶବ୍ଦକୁ
କିଛି କହି କିଛି ଢୋକି ଦେଉଥିବା ଶବ୍ଦ ମାନଙ୍କୁ 
ଏ’ତ ଅନୁରାଗର ସ୍ୱର
ଏତେ ଆତୁର
ଏତେ ସୁରମ୍ୟ 
ଯାହାର ପ୍ରତିଟି ଛନ୍ଦରେ 
ସମ୍ଭାବନାମୟ
ଏତେ ମଧୁଲଗ୍ନ
ଏତେ ଅନ୍ତରଙ୍ଗ 
ଏତେ ଅସ୍ଥିର 
ଏଇ ସକାଳ
ଏଇ ପବନ
ଏଇ ମନ
ହୃଦୟରେ ଝଙ୍କୃତ
ସେ ସ୍ପର୍ଶ ,,,, କେବେ ଫଗୁଣର 
ତ’ କେବେ ଆମ ମିଳନର
ବହନ କରେ 
 ତୁମ ଆଗମନର ସ୍ୱାକ୍ଷର
କେବେ ପୁଣି ଶୂନ୍ୟତା 
ତୁମ ଅବର୍ତ୍ତମାନର
ଏଇ ଚିଠି ,,,,, ଏକ ମୂର୍ଚ୍ଛନା 
ନିବିଡ ନୀରବତାର
ସ୍ୱପ୍ନ ଏକ ଦୁର୍ବଳ ମୁହୂର୍ତ୍ତର
ଭରେ ନିଃସଙ୍ଗତ।
ଚିଠି ଏ ‘ ତ
ଦରଦୀ ବୁକୁର ସଜଫୁଟା ଫୁଲ
ସଜ ସକାଳ ସୁନେଲି ପାଖୁଡା
ବାଣ୍ଟେ , ତୁମ ଶ୍ପର୍ସର ମହକ 
ପ୍ରାଣର ସ୍ପନ୍ଦନ 
ମୂର୍ଚ୍ଛନା କଦମ୍ବ ବଣର
ପାଶୋରୀ ଯାଇଥିବା 
ପୁରୁଣା ଦିନର ଶ୍ଳୋକ
କେବେ ଭିଜେ ପୁଣି ଭିଜାଏ 
ତାର ଅଶ୍ରୁରେ , 
ତାର ପ୍ରତି ଶବ୍ଦର ଡେଣାରେ
ଅରଣ୍ୟର ମହକ
ଅଦୃଶ୍ୟ ଛୁଆଁ ରେ ଖୋଜୁ ଥାଏ 
ଛୁଇଁ ଦେଇ ଫେରିଯାଏ
ଖୋଜୁଥାଏ କେବେ
ଜହ୍ନ ଆଉ ତାରାର ଏକ୍ ଲା ପଣରେ
ପ୍ରାଣହୀନ ଶୂନ୍ୟପଣ୍ଡା
ଓଦା ଡେଣା ପିନ୍ଧି ଘୂରି ବୁଲୁଥିବା
ଏଇ ମନ ପକ୍ଷୀ
 ସମର୍ପି ଦିଏ ଅବଶିଷ୍ଟ ଶୂନ୍ୟପଣ
ତୁମ ଆଗମନର ଗୀତି ଗାଇ
ଏକାନ୍ତରେ ବିତାଇ ଥିବା ସଂକଳ୍ପ 
ଲୁହ ରେ ଭିଜି ଥିବା ସମୟର ସ୍ରୋତ !
ଏ ଚିଠି ,,,,,,,
ତପୋବନ ତୃଷ୍ଣାରେ ଉଇଁ ଥିବା ଆଶାର ଜହ୍ନ  
ଗୁନ୍ଥି ଦିଏ ଦୁଇ ପ୍ରାଣ
ଶୀତର ଶିଶିର ବିନ୍ଦୁ
ପ୍ରଣୟର ପ୍ଳାବନ
ଠିକଣା ଖୋଜୁଥିବା ଅଜସ୍ର ସ୍ୱପ୍ନ 
ଅପୂର୍ବ ଉଲ୍ଲାସମୟ ଉଷାର ମୂର୍ଚ୍ଛନା 
ମରମ ତଳର ନରମ ଶ୍ପର୍ସ 
ପ୍ରୀତିକଳ୍ପ- ପ୍ରତିଫଳନ
ହୃଦୟର ସ୍ପନ୍ଦନ। 

ସାଧନା ପଣ୍ଡା 

ଭୁବନେଶ୍ବର

Related posts

ବେଣୁଧର ସୂତାର ଙ୍କ କବିତା ସମୟ ଭୂଗୋଳେ ଜୀବନ ଗତି

ବିଜୁ ଜନତା ଦଳ ପକ୍ଷରୁ  ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ଜୁନାଗଡ଼ ଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!