ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ତୁମେ ଅଛ ବୋଲି 

  ତୁମେ ଅଛ ବୋଲି 

         ବାଲାଜି ସେଠୀ

ତୁମେ ଅଛ ବୋଲି
ମୋ ମନ ଟାଙ୍ଗରା ଭୂଇଁଟା
ସବୁଜିମାରେ ଭରି ଯାଇଛି,,,
ବର୍ଷା ବସନ୍ତ ବୈଶାଖ ସବୁ
ଗୋଟିଏ ଋତୁରେ ଅଟକିଛି,,,
ତୁମେ ଅଛ ବୋଲି
ବାଟରେ ପଡିଥିବା କଣ୍ଟା
ଫୁଲ ଭଳି ନରମି ଯାଇଛି,,,
ଇନ୍ଧନ ବିହୀନ ବତୀଟା
ହୁତୁହୁତୁ ହୋଇ ଜଳୁଛି,,,
ତୁମେ ଅଛ ବୋଲି
ମୋ ଜୀର୍ଣ୍ଣ ଶୀର୍ଣ୍ଣ ଶରୀରଟା
ଚଳ ଚଞ୍ଚଳ ହେଉଛି,,,
ମୋ ନିଃଶ୍ୱାସର ଅମ୍ଳଜାନ
ତୁମ ନାଁ ରେ ଚାଲିଛି,,,
ତୁମେ ଅଛ ବୋଲି
ମୋ ଆଖିର ଧୂମାଳ ସ୍ୱପ୍ନ
ତୁମକୁ ହିଁ ଖୋଜୁଛି,,,
ମୋ କଞ୍ଚା ଭାବନାର ଓଠ
ବେସୁରା ସଙ୍ଗୀତ ଗାଉଛି,,,
ତୁମେ ଅଛ ବୋଲି
ସାଗରର ଉତ୍ତାଳ ଉର୍ମୀ
ନୃତ୍ୟାଙ୍ଗନାର ତାଳ ତୋଳୁଛି,,,
ନିର୍ଜୀବ ନିଶ୍ୱ ମରୁଶଯ୍ୟାରେ
ସମ୍ଭାବନାର ସୂର୍ଯ୍ୟ ଉଇଁଛି,,,
ତୁମେ ଅଛ ବୋଲି
ଅଦିନିଆ ବାଆ ବତାସକୁ
ପାହାଡ଼ ପରି ସାମ୍ନା କରୁଛି,,,
ଯନ୍ତ୍ରଣାର ସବୁ ବିଷକୁ
ନିର୍ବିକାରେ ପିଇ ଚାଲିଛି,,,
ତୁମେ ଅଛ ବୋଲି
ମୋର ମାନ,ଅଭିମାନ,କ୍ରୋଧ
ବରଫ ପରି ତରଳି ଯାଉଛି,,,
ହୃଦୟ କୋଣାର୍କ ସ୍ତୁପରେ
ତୁମ ପ୍ରତିମା ସଜେଇଛି,,,
ତୁମେ ଅଛ ବୋଲି
ମୋ ଅସଜଡ଼ା ପଂକ୍ତି ବି
ଉଷ୍ମ ସାନିଧ୍ୟ ପାଇଛି,,,
ସ୍ମୃତିର ସାଉଁଟା ଫରୁଆ 
ମିଠା ମିଠା ମକକୁଛି,,,
ତୁମେ ଅଛ ତ,,, ଥାଅ ସେମିତି
ତୁମେ ଅଛ ବୋଲି
ଦୁଃଖର ବାଦଲ ହଟିଯାଇ
ସୁଖର ସିନ୍ଦୁରା ଫାଟିଛି,,,
ତୁମେ ଅଛ ବୋଲି
ଜୀବନର କଷ୍ଟ ମାନସାଙ୍କ ବି
ସରଳ ସୁନ୍ଦର ହୋଇଛି,,,

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

ବିଦ୍ୟାଳୟର ସ୍ଵର୍ଣ୍ଣିମ ଉତ୍ସବ ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!