ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

ପାପଡାହାଣ୍ଡି,28/8, ମନିସ — ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କଲେ | ସେହି ଧର୍ମର ପୂଜାର୍ଚନା କଲେ | ଯାହାକୁ ନେଇ ଗ୍ରାମରେ ଉକ୍ତ ପରିବାରଙ୍କୁ ନେଇ ଦେଖାଦେଲା ବିବାଦ | ଗ୍ରାମବାସୀ ବୈଠକ କରି ପରିବାରକୁ ଫେରିଆସିବା ଲାଗି ନିବେଦନ କରାଗଲା ତେବେ ବୈଠକ ବିଫଳ ହେଲା ପରିବାର ଗ୍ରାମବାସୀ ସହ ମତାନ୍ତର ଘଟିଲା | ଶେଷରେ ଗ୍ରାମବାସୀ ଉକ୍ତ ପରିବାରଙ୍କୁ କଲେ ବାରଣ | ଗ୍ରାମବାସୀ ସହ କଥା ହେବା, ବିବାହ ବ୍ରତ, କୁଲି ମଜୁରୀ କାମରେ ନିୟୋଜନ ନ କରିବା ଲାଗି ନିଷ୍ପତି ହେଲା | ଶେଷରେ ନିଜ ଭୁଲ ବୁଝି ପୁଣି ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ତିନି ପରିବାର |   ଏ ପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ସଦର ମହାକୁମାରେ | ଗତ ଦୁଇ ବର୍ଷ ତଳେ ଗ୍ରାମର ଶାନ୍ତି ଯାନୀ ସ୍ୱାମୀ ଡମୁ ଯାନୀ, ମନଧର ଯାନୀ ପତ୍ନୀ ବୈଶାଖୀ ଯାନୀ, କେଶବ ଯାନୀ ପତ୍ନୀ ପଦ୍ମଣୀ ଯାନୀ ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିଲେ | ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା | ଏହି ତିନି ପରିବାରଙ୍କୁ ପୁଣି ଫେରାଇ ଆଣିବା ଲାଗି ଜାତି କୁଟୁମ୍ବ ସହ ଗ୍ରାମବାସୀ ପ୍ରୟାସ କରି ବିଫଳ ହୋଇଥିଲେ | ଗତ 6ମାସ ତଳେ ପୁଣି ଗ୍ରାମରେ ଏକ ବୈଠକ କରି ତିନି ପରିବାରକୁ ଫେରିବା ଲାଗି ନିବେଦନ କରାଯାଇଥିଲା | ତେବେ ବି ତିନି ପରିବାର ନ ଫେରି ଉକ୍ତ ଧର୍ମର ପୂଜାର୍ଚନା ଚଳାଇଥିଲେ | ଯାହାକୁ ନେଇ ଗ୍ରାମବାସୀ ସେମାନଙ୍କ ସହ କେହି କଥା ହେବା, କୁଲି ମଜୁରୀ କାମକୁ ନ ଡ଼ାକିବା, ବିବାହ ଓ ବ୍ରତରେ ନ ଡାକିବା ବାରଣ କରିଥିଲେ | ଯ ଦ୍ୱରା ତିନି ପରିବାରଙ୍କ ସମସ୍ୟା ବଢ଼ି ଯାଇଥିଲା | ସେମାନଙ୍କ ଚଳିବା ମୁସ୍କିଲ ହୋଇ ପଡିଥିଲା | ଗ୍ରାମବାସୀ ଙ୍କ ସହ ସମ୍ପର୍କ ବିଛିନ୍ନ ସେମାନଙ୍କ ଲାଗି ମହଙ୍ଗା ପଡିଥିଲା | ଏ ନେଇ ସେମାନେ ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ଓ ଯୁଧିଷ୍ଠିର ଯାନୀଙ୍କ ନିକଟରେ ଉଭୟ ଗ୍ରାମବାସୀ ଏବଂ ବାରଣ ପରିବାର ସମଧାନ ଲାଗି ପହଁଚି ଥିଲେ | ଗ୍ରାମରେ ଏ ନେଇ ଏକ ବୈଠକ ହୋଇଥିଲା | ପୂର୍ବତନ ସରପଞ୍ଚ ମାନଙ୍କ ଉପସ୍ଥିତିରେ ସମଧାନର ବାଟ ବାହାରିଥିଲା | ବାରଣ ପରିବାର ସେମାନଙ୍କ ଭୁଲ ସ୍ପିକାର କରିବା ସହ ସେମାନେ ମୂଳ ଧର୍ମକୁ ଫେରିବା ଲାଗି ବୈଠକରେ କହିଥିଲେ | ତେବେ ଗ୍ରାମବାସୀ ସେମାନଙ୍କ ପରମ୍ପରା ଅନୁଯାଇ ଧର୍ମ ପରିବର୍ତନ ପରେ ମୂଳ ଧର୍ମକୁ ଫେରିବା ଲାଗି ଯେଉଁ ନୀତି ନିୟମ ରହିଛି ତାହାକୁ ମାନିବା ଲାଗି କହିଥିଲେ | ଏହାକୁ ବାରଣ ପରିବାର ରାଜି ହୋଇଥିଲେ | ଆସନ୍ତା ଜାନୁଆରୀ କିମ୍ବା ଫେବୃଆରୀ ମାସରେ ବାରଣ ପରିବାର ନୀତି ନିୟମ ପ୍ରକାରେ ଗ୍ରାମବାସୀଙ୍କ ଦାବି ପୂର୍ଣ୍ଣ କରିବେ ବୋଲି ପ୍ରତିଶୃତି ଦେବା ପରେ ବିବାଦର ପୂର୍ଣ୍ଣ ଛେଦ ପଡିଥିଲା | ବାରଣ ପରିବାର ମୂଳ ଧର୍ମକୁ ଫେରି ଖୁସି ଅନୁମୋଦିତ କରିଛନ୍ତି | ବୈଠକରେ ପରଯା ସମାଜର ବ୍ଲକ ସଭାପତି ନରସିଂହ ଯାନୀ, ଚୈତନ୍ୟ ଯାନୀ, ଗୋଦାଧର ଯାନୀ, ଲଖମଣ ଯାନୀ, ଦୁଲବ ଯାନୀ, ଗୋବିନ୍ଦ ଯାନୀ, ସୋମନାଥ ଯାନୀ, ସନ୍ୟାସୀ ଯାନୀ, ପର୍ଶୁ ଯାନୀ, ହୀରାଧର ଯାନୀ ସହ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ଏନେଇ ଗ୍ରାମବାସୀ ଓ ମୂଳ ଧର୍ମକୁ ଫେରିଥିବା ପରିବାର ରାଜିନାମା ଲେଖି ସ୍ଵାକ୍ଷର କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନୂଆପଡା ସାରାବଙ୍ଗ ଠାରେ ବିଜୁଳି ମହୋତ୍ସବ ପାଳିତ, ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ

Sunil Chandra Nayak

ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ, ସୁରଭି-୨୦୨୨

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧରମ ମାସ କାର୍ତ୍ତିକ

Sunil Chandra Nayak

Leave a Comment

error: Content is protected !!