ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୨୮/୦୮(ମନିସ)-ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ୍ କ୍ଲବର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲାଞ୍ଜିଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ତଥା ଶାସନ ପ୍ରଶାସନ ମଧ୍ୟରେ ଯୋଗସୂତ୍ର ପାଲଟି ଅଞ୍ଚଳର ବିକାଶ ଦିଗରେ ପ୍ରେସ୍ କ୍ଲବର ଭାଗିଦାରିତା ସଂପର୍କରେ ଆଲୋଚନା କରାଯାଇଥିଲା । ସାମ୍ବାଦିକତା ଜରିଆରେ ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ କ୍ଲବର ସମସ୍ତ ସଦସ୍ୟଙ୍କ କଲମ ଚାଳନା ସହିତ ଅଗ୍ରଣୀ ଭୂମିକାକୁ ଆଗାମୀ ଦିନରେ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବ୍ଲକର ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କ୍ଲବର ସାଥୀ ସଦସ୍ୟମାନେ ସାମ୍ବାଦିକତା କରିବା ଦ୍ୱାରା ସେସବୁ ଅଞ୍ଚଳ ଶାସନ ପ୍ରଶାସନର ନଜରରେ ରହିବା ଓ ସରକାରୀ ସୁବିଧା ସୁଯୋଗ ପହଞ୍ଚିପାରୁଥିବା ବିଷୟରେ ସଦସ୍ୟମାନେ ଆଲୋଚନା କରିଥିଲେ । ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଭାବେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ନାଁ ଥିବାବେଳେ କ୍ଲବର ଦଶମ ପ୍ରତିଷ୍ଠା ଦିବସ ଅବସରରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ କ୍ଲବର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି ସକ୍ରିୟ ଭାବେ ଯୋଗ ଦେଉନଥିବା ବି. ତ୍ରିପତି ପାତ୍ରଙ୍କ ସଦସ୍ୟତା ରଦ୍ଦ ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେହିପରି କ୍ଲବର ନୂତନ ଉପସଭାପତି ଭାବେ ସାମ୍ବାଦିକ କ୍ଷମାନିଧି ମହାକୁଡଙ୍କୁ ମନୋନୀତ କରାଯାଇଥିଲା । ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ତାଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସକ୍ରିୟ ସଦସ୍ୟ ଏମ୍‌. ଚନ୍ଦ୍ରଶେଖର, ରମେଶ କୁମାର ନାୟକ, କୋଦଣ୍ଡଧର ପ୍ରଧାନ, ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏମ୍‌. ଚନ୍ଦ୍ରଶେଖର କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣୀ କନ୍ୟା

Sunil Chandra Nayak

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

Sunil Chandra Nayak

ତୀର୍ଥ ଯାତ୍ରା ହେଲା ସୁପ୍ରଭା ଙ୍କ ଜୀବନର ଶେଷ ଯାତ୍ରା , ତୀର୍ଥ କ୍ଷେତ୍ର ଆଲ୍ଲାବାଦ ରେ ଶରୀର ଛାଡି ଉଡ଼ିଗଲା ପ୍ରାଣ ବାୟୁ

Sunil Chandra Nayak

Leave a Comment

error: Content is protected !!