ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଲ୍ ଓଡ଼ିଶା ପ୍ରଥମିକ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ  ଧର୍ମଗଡ ରେ ଜିଲ୍ଲା ସ୍ଥରିୟ ଗୁରୁଦିବସ ପାଳିତ

ଧର୍ମଗଡ:  ଧର୍ମଗଡ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅଲ୍ ଓଡ଼ିଶା ପ୍ରଥମିକ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲା ସ୍ଥରୀୟ ଗୁରୁଦିବସ ପାଳିତ ହୋଇଯାଇଛି । ଗୁରୁଦିବସ ପାଳନ କମିଟି ର ଅଧ୍ୟକ୍ଷ ସତ୍ୟବାନ୍ ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା, ସବ୍ ରେଜିଷ୍ଟର ମିଲନ କୁମାର ଝଙ୍କାର, ଗୋଷ୍ଠି ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଲିଙ୍ଗରାଜ ପାତ୍ର ପ୍ରମୁଖ ଯୋଗ ଦେଇ ସମାଜ ଗଠନ ରେ ଗୁରୁ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଆଜି ର ଛାତ୍ର ହେଉଛନ୍ତି ଦେଶ ର ଆଗାମୀ ଭବିଷ୍ୟତ ସେମାନଙ୍କୁ ସଠିକ ଭାବେ ଗଢି ତୋଳିବା ପାଇଁ ସବୁ ଗୁରୁଜୀ ମାନେ ଉଦ୍ୟମ କରନ୍ତୁ ବୋଲି ବକ୍ତା ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ବିଶ୍ୱଜିତ ବେହେରା, ସଞ୍ଜୀବ ପାଢ଼ୀ, ଶିବ ରାମ ସୁନାନି, ଅଜିତ କୁମାର ପ୍ରଧାନ, ଗିରିଧାରୀ ସାହୁ, ମନୋଜ କୁମାର ମେହେର, ପ୍ରଫୁଲ୍ଲ ଠାକୁର, ଦେବରାଜ ବେମାଲ, ପ୍ରଶାନ୍ତ ଦଣ୍ଡ ସେନା, ରାଜେଶ ସେଠ , ଗଗନେ ସ୍ୱର୍ ରଣା, ଯୁଗେଶ୍ୱର୍ ସାଗର, ରବୀନ୍ଦ୍ର ସେଠୀ, ଶରତ ଭୋଇ, ଜିତେନ୍ଦ୍ର ବିଶ୍ବାଳ, ମହମ୍ମଦ ଜାକିର ଓ ସମ୍ପାଦକ ମାର୍କଣ୍ଡ ନାଗ ପ୍ରମୁଖ ମଞ୍ଚା ସିନ ଥିଲେ । ଏହି ଅବସର ରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଆଦର୍ଶ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇ ଥିଲା । କାର୍ଯ୍ୟକ୍ରମ କୁ ପ୍ରେମ ଲାଲ ଜଗତ, ଚକ୍ରଧର ପ୍ରଧାନ ଓ ଗୋଲକ ବିହାରୀ ଗିରୀ ପରିଚାଳନା କରିଥିଲା ବେଳେ ବିନୋଦ ପାଣଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

ଘାସିରାମ ମେମୋରିଆଲ ଫୁଟବଲ ଉଦଘାଟିତ, ୩/୦ ଗୋଲ ରେ ବଗାଡ଼ ଦଳ ବିଜୟୀ

Sunil Chandra Nayak

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Sunil Chandra Nayak

Leave a Comment

error: Content is protected !!