ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୭ତାରିଖ କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ: ଧର୍ମଗଡ଼ସ୍ଥିତ ହୋଟେଲ ରୟାଲ ପେଲେସ ଠାରେ ଧର୍ମଗଡ଼ କୋଷଳ ମୁକ୍ତି ମୋର୍ଚ୍ଚା ତରଫରୁ ବେଣୁ ପାଣି ଦୁର୍ଗା ଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷ ରୁ ୭ ତାରିଖ ବୁଧବାର ଦିନ ବନ୍ଦ ଡାକରା କୁ ସଫଳ କରିବା ପାଇଁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କୋଷଳ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସଭାପତି ସଗାର ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ହେବାକୁ ଥିବା ଏହି ବନ୍ଦ କୁ ସଫଳ କରିବା ପାଇଁ ବେଣୁପାଣି ଦୁର୍ଗା ଉପସ୍ଥିତ ସମସ୍ତ କୋଷଳ ପ୍ରେମୀ ଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତୁତି ବୈଠକ ରେ ଧର୍ମଗଡ଼ ବ୍ଲକ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ କୋଷଳ ମୁକ୍ତି ମୋର୍ଚ୍ଚ ର ସଦସ୍ୟ ଗୋଲୁ ନାୟକ, ଓଁମକାର ଦୀପ, ବିବେକ ନାଏକ, ଜଗା ବାଗ, ସୁରଜ ସାହୁ, ଆକାଶ ସୁନାନୀ,ଦିଗାମ୍ବର, ଯୁବ ସମାଜ ସେବୀ ସୌମ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା

Sunil Chandra Nayak

ରାଇଘର ଠାରେ ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ ଓ ଦେଶାତ୍ମବୋଧ କବିତା ଆସର ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବାର୍ଷିକ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!