ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚ, ସମାଜ ସେବୀ ସହ ଡାକ୍ତରୀ ଦଳ ମେଲକୁନ୍ଦେଲ, ପିଣ୍ତାପଦର ଗ୍ରାମକୁ ଗ୍ରସ୍ତରେ

ଥୁଆମୂଳ ରାମପୁର:୬/୯- (ମନିସ):- କିଛି ଦିନ ପୂର୍ବରୁ ଲଘୁଚାପ ଜନିତ ଲଗାଣ ବର୍ଷା ଥମିଲା ପରେ ପରେ ଥୁଆମୂଳ ରାମପୁର ବ୍ଳକର ଅନେକ ଅଞ୍ଚଳ ରେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ବେଳେ ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ହେବା ପରେ ପୁଣି ୬ ଜଣ ଆକ୍ରାନ୍ତ ହୋଇଥିଲେ ଏପରିଭାବରେ ସର୍ବମୋଟ ୨୩ ଜଣ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଥିବା ସୂଚନା ମିଳିଥିଲା। କୌଣସି କାରଣ ବଶତଃ ମେଲକୁନ୍ଦେଲ ଗ୍ରାମର ୧ ଜଣେ ଓ ପିଣ୍ତାପଦର ଗ୍ରାମର ୧ ଜଣେ ମୃତ୍ୟୁବରଣ କରିଥିଲେ। ହେଲେ ଦୁଇଜଣଙ୍କ ମୃତ୍ୟୁ ଝାଡାବାନ୍ତି ଜନିତ ଘଟଣା ରେ ହୋଇନାହିଁ।ତଥାପି ଏହି ଅଞ୍ଚଳରେ କିଛି ଲୋକ ଝାଡାବାନ୍ତି ପ୍ରଭାବ ରୁ ସ୍ଥାନେ ସ୍ଥାନେ କିଛି ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଖବର ପାଇ ରୋଗୀଙ୍କୁ ସେବା ଯୋଗାଇ ଦେବା ନେଇ ଥୁଆମୂଳ ରାମପୁର ବ୍ଲକର ସ୍ଥାନୀୟ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ଓ ସମାଜ ସେବୀ ଯୁବନେତା ଶ୍ରୀ ପରମେଶ୍ୱର ନାଏକ ଙ୍କ ମିଳିତ ଭାବେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଟିମ କୁ ନେଇ ମେଳକୁନ୍ଦେଲ, ପିଣ୍ଡାପଦର, ବଡ ବଣ୍ଡେଲ ଗ୍ରାମ ଗୁଡିକ କୁ ପହଞ୍ଚି ପ୍ରତ୍ୟେକ ଘର କୁ ଘର ବୁଲି ରୋଗୀ ଙ୍କୁ ଔଷଧ ବାଣ୍ଟିଥିଲେ। ଝାଡାବାନ୍ତି ରୋଗରେ ଆକ୍ରାନ୍ତ ଥିବା ରୋଗୀମାନଙ୍କୁ ସରପଞ୍ଚ ଯେଉଁ ଗାଡି ନେଇଥିଲେ ସେହି ବୋଲେରୋ ଗାଡି ରେ ମେଲାକୁନ୍ଦେଲ ଗ୍ରାମରୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସାଙ୍ଗରେ ନେଇ ଯାଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହି ସମୟରେ ଥୁଆମୂଳ ରାମପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ସମାଜ ସେବୀ ଯୁବନେତା ଶ୍ରୀ ପରମେଶ୍ୱର ନାଏକ, ନାଏବ ସରପଞ୍ଚ ଶ୍ରୀ ଘାସିରାମ ନାଏକ, କୁମାରୀ ଭାବିନୀକା ନାଏକ, ଶ୍ରୀ ଗଙ୍ଗାଧର ମାଝୀ, ଶ୍ରୀ ଗୁଞ୍ଜେନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ଟିମ ମିଳିତ ଭାବରେ ଗାଁ ଗାଁ ବୁଲି ଔଷଧ ବଣ୍ଟନ କରିଥିଲେ। ତେବେ ଏହି ଘଟଣା କୁ ନେଇ ଡାକ୍ତର ଙ୍କୁ ପଚାରିବାରୁ ଡାକ୍ତର କହିଥିଲେ ଯେ, ପାଣି ର ନମୁନା ନେଇ ପରୀକ୍ଷା କଲା ପରେ ଯାହା ରିପୋର୍ଟ ଆସିବ ସେହି ରିପୋର୍ଟ ରୁ ପ୍ରକୃତ ଘଟଣା କେଉଁ କାରଣରୁ ଏହି ରୋଗ ବ୍ଯାପିଛି ତାହା ସ୍ପଷ୍ଟ ଜଣାପଡିବ। ଏହା ଖାଦ୍ୟ ଜନିତ ନା ପାଣି ଜନିତ ଝାଡାବାନ୍ତି ହେଉଛି ତାହା ପରୀକ୍ଷା କଲା ପରେ ହିଁ ରିପୋର୍ଟରେ ଯାହା ବାହାରିବ ସେଅନୁସାରେ କହିପାରିବୁ ବୋଲି ସେ ପ୍ରକାଶ କରିଥିଲେ l ମୃତ ଶୋକ ସନ୍ତାପ ପରିବାରଙ୍କୁ ସରପଞ୍ଚ ସମବେଦନା ଜଣେଇବା ସହିତ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ଡାକ୍ତରଖାନାକୁ ଯାଇ ଡାକ୍ତର ଦେଖାଇ ନିୟମିତ ଔଷଧ ଖାଇବା ପାଇଁ ପରାମର୍ଶ ଦେଇ ସଚେତନ କରାଇଥିଲେ।ଏହି ମହାନ କାର୍ଯ୍ଯ କୁ ନେଇ ଗ୍ରାମବାସୀ ଖୁସି ପ୍ରକଟ କରି କହିଥିଲେ ଯେ, ଆପଣ ମାନେ ଆମ ଗାଁକୁ ଆସି ଯେଉଁ ଭାବରେ ଆମ୍ଭଙ୍କୁ ସହଯୋଗ କରିଛନ୍ତି ତାହା ଦେଖି ଆମ୍ଭେ ଗ୍ରାମ ବାସୀ ବୃନ୍ଦ ବହୁତ ଖୁସି ହେଲୁ ଏମିତି ସବୁ ସମୟରେ ସବୁବେଳେ ସୁଖ ଓ ଦୁଃଖ ରେ ଆମ୍ଭେ ସମସ୍ତେ ମିଳିମିଶି ରହିବା ବୋଲି କହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

Sunil Chandra Nayak

ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ

Sunil Chandra Nayak

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ସ୍ନାତକ ପରୀକ୍ଷା ଟପ୍ ଟେନ ରେ ଧର୍ମଗଡ ର ସୋନମ୍ ମେହେର 

Sunil Chandra Nayak

Leave a Comment

error: Content is protected !!