ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ପୂର୍ବତନ ସଭାପତି ବର୍ତ୍ତମାନର ଜଣେ ସକ୍ରୀୟ ଉପଦେଷ୍ଟା ତଥା ଜଣେ ସଚ୍ଚା ଓଡ଼ିଆ ପ୍ରେମୀ ଅରୁଣ କୁମାର ରଥଙ୍କ ରାଉରକେଲା ଗସ୍ତ ଅବସରରେ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରାଉରକେଲା ଇସ୍ପାତ କାରଖାନାରେ ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରି ଶ୍ରୀ ରଥ ଭିଲାଇ ତଥା ଦୁର୍ଗାପୁର ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସି.ଇ.ଓ.) ଭାବେ ଦକ୍ଷତାର ସହ ଦାୟିତ୍ଵ ସମ୍ପାଦନ ପୂର୍ବକ ଅବସର ନେବା ପରେ ବର୍ତ୍ତମାନ ସେ ‘ଆର୍ସେଲର- ମିତ୍ତଲ ନିପ୍ପନ ସ୍ଟିଲ’ ବ୍ରାଉନ ଫିଲ୍ଡ ପ୍ରୋଜେକ୍ଟର ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟରତ । ସଂଘର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇ ନିଜର ଦୀର୍ଘ କର୍ମମୟ ଜୀବନ ତଥା ଅନୁଷ୍ଠାନର ସଭାପତିତ୍ବ ସମୟର ଅଭୁଲା ଅଭିଜ୍ଞତା ଅବତାରଣା କରିବାସହ ପ୍ରଗତି ଉତ୍କଳ ସଂଘ ସହ ସଂପର୍କହିଁ ତାଙ୍କ ମଧ୍ୟରେ ସାହିତ୍ୟ ସଂସ୍କୃତିର ଉନ୍ମେଷ ଆଣିଥିବା ସ୍ବୀକାର କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ପାଠାଗାର ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ନୂଆ ପୀଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ରାଉରକେଲା ଛାଡି ଭୁବନେଶ୍ବରରେ ଅବସ୍ଥାନ କରୁଥିଲେ ମଧ୍ୟ ଏଠିକାର ସାହିତ୍ୟ-ସଂସ୍କୃତି ଓ ଭାଇଚାରାର ପରମ୍ପରା ଅନନ୍ୟ ବୋଲି ସେ ପ୍ରକାଶ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ନାୟକଙ୍କ ସହ ଦୁଇ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଓ ଡଃ ପ୍ରଭାତ କୁମାର ମଲ୍ଲିକ, ଲକ୍ଷ୍ମଣ ନାଥ ଦାସ, ଶୁଭ୍ରାଂଶୁ ମହାପାତ୍ର, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାସ, ଅଶ୍ବିନୀ କୁମାର ପରିଡ଼ା, କିଶୋରୀ ମୋହନ କର, ପ୍ରସନ୍ନ କୁମାର ମହାନ୍ତି, ଡଃ ନଗେନ କୁମାର ଦାସ, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର ଓ ରଶ୍ମି ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

Sunil Chandra Nayak

ନିରାଶ୍ରୟ ଙ୍କୁ ଆଶ୍ରୟ ପାଇଁ ଭୁମି ପୁଜନ

Leave a Comment

error: Content is protected !!