କୋକସରା -୧୨/୦୪- ଚୈତ୍ର ମାସରେ ଧରାପୃଷ୍ଠକୁ ଅବତୀର୍ଣ୍ଣ ହୋଇଛନ୍ତି ମା ଠାକୁରାଣୀ । ତା’ସହିତ ମାଁ ଠାକୁରାଣୀଙ୍କ ବାର୍ଷିକ ଘଟଯାତ୍ରା କୋକସରା ବ୍ଲକର ପୁର ପଲ୍ଲିରେ ଆନନ୍ଦ ଉତ୍ସାହ ସହିତ ପାଳନ କରାଯାଉଛି । କଳାହାଣ୍ଡି ଜିଲ୍ଲା କୋକସରା ଠାରେ ସୋମବାର ମା ଠାକୁରାଣୀ ଙ୍କ ଘଟଯାତ୍ରା ଆରମ୍ଭ ହୋଇ ମଙ୍ଗଳବାର ରେ ସମାପନ ହୋଇ ଯାଇଛି। ଦୁଇଦିନ ଧରି ଗ୍ରାମଦେବୀ ମାଁ ଠାକୁରାଣୀଙ୍କ ଘଟଯାତ୍ରା ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଗ୍ରାମର ର ଘର ଘର ପରିକ୍ରମା କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଆଜ୍ଞାରେ ମାଁ ଠାକୁରାଣୀଙ୍କ ପୁଜକ କୁମାରୀ କନ୍ୟାଙ୍କ ଦେହରେ ମାଁଙ୍କ ପ୍ରତିମା ସ୍ୱରୁପା ଦେବୀ ବିଜେ ହୁଅନ୍ତି । ପ୍ରଥମେ ପୂଜକ ଙ୍କ ଘରେ କୁମାରୀ କନ୍ୟାଙ୍କୁ ପୂଜାର୍ଚନା ପରେ ପ୍ରଥମେ ଦେବୀ ଙ୍କ କାଲିସି ଲାଗି ହେବାପରେ ଗ୍ରାମ ଗୌନ୍ତିଆ ଓ ଗଣ୍ଡା ଘରକୁ ଯାଇ ପ୍ରଥମେ ଭୋଗ ଲାଗିବାପରେ ଗ୍ରାମ ପରିକ୍ରମା ପାଇଁ ବାହାରିଥାନ୍ତି । ପ୍ରତିଘର ଦୁଆର ମୁହଁରେ ଝୋଟି ସହ ମୁଆ, ନଡିଆ, କଦଳୀ, ମହୁଳ, ଚାହାଁର, ଆମ୍ବ ଭୋଗ ଦେଇ ମାଁଙ୍କୁ ଆରଧନା ସହିତ ମାଁଙ୍କ ପାଖରେ ମାନସିକ କରିଥାନ୍ତି । ଏହି ଘଟ ଯାତ୍ରାରେ ମାଁ ଠାକୁରାଣୀଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବୀ ଦେବତାମାନେ ମଧ୍ୟ ବୁଲିଥାନ୍ତି । ଦୁଇଦିନ ଧରି ଚାଲିଥିଲା। ଆଜି।ସମାପନ ଦିବସରେ ମାନସିକ ଧାରୀମାନେ ମାଁଙ୍କ ପୀଠରେ ଶୁକ୍ଲଭୋଗ ସହ ବୋଦା, ପାରା, କୁକୁଡା ଆଦି ବଳି ଦେଇଥିଲେ । ଠାକୁରାଣୀ ଦେବୀ ଙ୍କ ପୁଝାରୀ ନନ୍ଦ କିଶୋର ଧରୁଆ, ଦିଲ୍ଲୀପ ଧରୁଆ, ଦିଲୁ ଧରୁଆ, ଗାଁ ଗୌନ୍ତିଆ ରମେଶ ଚନ୍ଦ୍ର ପ୍ରଧାନୀ ଓ ଗାଁ ଗଣା ଗୋବର୍ଦ୍ଧନ ବାଗ, ଶିରା ଦାମୋଦର ରାଉତ, ହେମନ୍ତ ନାଏକ, ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ରାମ ପ୍ରସାଦ ନାଏକ, ଜଳନ୍ଧର ନାଏକ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଚୈତ୍ର ଘଟ ଯାତ୍ରା ପାଳନ କରିଥିଲେ । ମ ନି ସ
previous post
next post