ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବଶକ୍ତି କ୍ରିକେଟ ଫାଇନାଲ୍ ରେ ବୋର ପଦର କୁ ହରାଇ ମ.ରାମପୁର ଟୁବୁସ ଚାମ୍ପିଆନ

 ମ,ରାମପୁର,୨୧/୧୧( ମସୀହା): ମ.ରାମପୁର -ମଟୋଗଣ୍ଡା ଠାରେ ୧୨/୧୧/୨୦୨୨/ରୁ ଚାଲିଥିବା ଯୁବଶକ୍ତି କ୍ଲବ ତରଫରୁ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ଫାଇନାଲ୍ ମ୍ୟାଚ ରେ ଵୋରପଦର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୮୭ ରନ ର ଟାର୍ଗେଟ ଦେଇଥିଲା ଟୁବୁସ ଦଳକୁ । ଏହାର ଜବାବ ରେ ଟୁବୁସ ୧୦ ଓଭର ରେ ବିଜୟୀ ହୋଇଥିଲା । ଟୁବୁସ ଦଳର ବବ୍ଲୁ ମ୍ୟାନ ଅଫ ଦି ମ୍ୟାଚ , ସିରିଜ ଏବଂ ବେଷ୍ଟ ବେଟ୍ସ ମ୍ୟାନ ପାଇଥିଲେ । ଵୋରପଦର ଦଳର ର କୁନା ବେଷ୍ଟ ବୋଲର ଭାବରେ ପୁରସୃତ ହୋଇଥିଲେ । ଚାମ୍ପିଆନ ଦଳକୁ ୯ ହଜାର ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳକୁ ୬ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୁବନେତା ନୀଳ ମାଧବ ସିଂଦେଓ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଅମ୍ପାୟାର ଦାୟିତ୍ୱରେ ବିକାଶ ହାତୀ ଏବଂ ହିମାନ୍ଦ୍ର ପାତ୍ର ତୁଲାଇ ଥିବା ବେଳେ ମନ୍ଦିର ମାଝୀ ସ୍କୋର ବୋର୍ଡ ଦାଇତ୍ୱ ରେ ଥିଲେ ଏବଂ ଧାରା ବିବରଣୀ ପ୍ରଦାନ କରିଥିଲେ ଅରୁଣ ହାତୀ , କୁଞ୍ଜବିହାରୀ ହାତୀ , ଗୋପୀ , କମିଟି ର ହେମନ୍ତ , ବରୁଣ , ପ୍ରଶାନ୍ତ , ଗଗନ ,ବବ୍ଲୁ ,ଡବ୍ଲୁ , ହିମାନ ଗୁଡୁ , ଆରବ , ଲକି ,ଆଶିଷ , ବସନ୍ତ ପଦୁ , ଭୁପିନ୍ଦର , ଅଜିତ , କାର୍ତିକ , ରାହୁଲ ,ଅଶୋକ , ଜିତ ,ଦିପୁନ , କୈଳାଶ , ସମୀର , ସହଯୋଗ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

Sunil Chandra Nayak

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

Sunil Chandra Nayak

Leave a Comment

error: Content is protected !!