ମ,ରାମପୁର,୨୧/୧୧( ମସୀହା): ମ.ରାମପୁର -ମଟୋଗଣ୍ଡା ଠାରେ ୧୨/୧୧/୨୦୨୨/ରୁ ଚାଲିଥିବା ଯୁବଶକ୍ତି କ୍ଲବ ତରଫରୁ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ଫାଇନାଲ୍ ମ୍ୟାଚ ରେ ଵୋରପଦର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୮୭ ରନ ର ଟାର୍ଗେଟ ଦେଇଥିଲା ଟୁବୁସ ଦଳକୁ । ଏହାର ଜବାବ ରେ ଟୁବୁସ ୧୦ ଓଭର ରେ ବିଜୟୀ ହୋଇଥିଲା । ଟୁବୁସ ଦଳର ବବ୍ଲୁ ମ୍ୟାନ ଅଫ ଦି ମ୍ୟାଚ , ସିରିଜ ଏବଂ ବେଷ୍ଟ ବେଟ୍ସ ମ୍ୟାନ ପାଇଥିଲେ । ଵୋରପଦର ଦଳର ର କୁନା ବେଷ୍ଟ ବୋଲର ଭାବରେ ପୁରସୃତ ହୋଇଥିଲେ । ଚାମ୍ପିଆନ ଦଳକୁ ୯ ହଜାର ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳକୁ ୬ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୁବନେତା ନୀଳ ମାଧବ ସିଂଦେଓ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଅମ୍ପାୟାର ଦାୟିତ୍ୱରେ ବିକାଶ ହାତୀ ଏବଂ ହିମାନ୍ଦ୍ର ପାତ୍ର ତୁଲାଇ ଥିବା ବେଳେ ମନ୍ଦିର ମାଝୀ ସ୍କୋର ବୋର୍ଡ ଦାଇତ୍ୱ ରେ ଥିଲେ ଏବଂ ଧାରା ବିବରଣୀ ପ୍ରଦାନ କରିଥିଲେ ଅରୁଣ ହାତୀ , କୁଞ୍ଜବିହାରୀ ହାତୀ , ଗୋପୀ , କମିଟି ର ହେମନ୍ତ , ବରୁଣ , ପ୍ରଶାନ୍ତ , ଗଗନ ,ବବ୍ଲୁ ,ଡବ୍ଲୁ , ହିମାନ ଗୁଡୁ , ଆରବ , ଲକି ,ଆଶିଷ , ବସନ୍ତ ପଦୁ , ଭୁପିନ୍ଦର , ଅଜିତ , କାର୍ତିକ , ରାହୁଲ ,ଅଶୋକ , ଜିତ ,ଦିପୁନ , କୈଳାଶ , ସମୀର , ସହଯୋଗ କରିଥିଲେ ।
ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l