ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବୁଲାନ୍ସ ଧକ୍କାରେ ବାଇକ ଚାଳକ ଗୁରୁତର

ପାପଡାହାଣ୍ଡି, 1/11, ମନିସ — ପାପଡାହାଣ୍ଡି ବ୍ଲକ ସଦର ମହାକୁମାରୁ ତଣ୍ଡାଗୁଡା ଯିବା ରାସ୍ତାରେ ମଂଗଳବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ସେ ସୋରିଷ ପଦର ଗ୍ରାମର ଡମୁ ଯାନୀ ବୋଲି ଜଣାପଡିଛି | ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସୂଚନା ମୁତାବକ ଡମୁ ଏକ ବାଇକ ନମ୍ବର OD 24G 1637 ରେ ପାପଡାହାଣ୍ଡି ଆସି ସୋରିଷ ପଦର ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକା ଦେଇ ଚାଲି ଯାଇଥିଲା | ଏଥିରେ ଡମୁ ଛିଟିକି ଯାଇ ରାସ୍ତା ଉପରେ ପଡ଼ିଥିଲେ | ଖବର ପାଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଡମୁ ଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଆମ୍ବୁଲାନ୍ସର ସୂଚନା ମିଳିନାହିଁ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

Leave a Comment

error: Content is protected !!