ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଭାଙ୍ଗିଲା ଅପ୍ରୋଚ  ରୋଡ଼,, ଜୁନାଗଡ -ଧର୍ମଗଡ ଜାତୀୟ ରାଜପଥ ରେ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

ଜୁନାଗଡ଼,୯/୮(ମ ନି ସ)– କଳାହାଣ୍ଡି ଜିଲ୍ଲା ରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜନ ଜୀବନ ବେହାଲ ହୋଇଛି ।ଏପଟେ ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା କୁ ସଂଯୋଗ କରୁଥିବା ମୁଖ୍ୟ ଜାତୀୟ ରାଜପଥ ର ବସୁଲ ଓ ବଣ୍ଡାକୁଟୁରା ମଝିରେ ଥିବା ହାଲେର ଜୋର ନାଳରେ ଥିବା ଅପରୋଚ ରାସ୍ତା ପୋଲ ଭାଙ୍ଗି ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ସମ୍ପୂର୍ଣ ଠପ ହୋଇ ଯାଇଛି।ଏହି ରାଜପଥରେ ଏକ ସ୍ଥାୟି ପୋଲ ନିର୍ମାଣ କରାଯାଉଅଛି । କିନ୍ତୁ କିଛି ଦିନ ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ଆପ୍ରୋଚ ରୋଡ଼ର ଅସ୍ଥାୟୀ ପୋଲ ଭାଙ୍ଗିଯାଇ ଧୋଇ ହୋଇ ଯାଇଥିଲା , ବର୍ତମାନ ତୃତୀୟ ଥର ପାଇଁ ଏପରି ପରିସ୍ଥିତି ଦେଖାଦେଇଛି। ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗତ ସନ୍ଧ୍ୟା ଠାରୁ ଅସ୍ଥାୟୀ ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉ ଥିବା ଦ୍ୱାରା ଯାନବାହନ ଚଲା ଚଳରେ ବାଧା ସୃଷ୍ଟି ହେଉଛି । କିଛି ଦିନ ପୂର୍ବରୁ ଗମନାଗମନର ସୁବିଧା ଦୃଷ୍ଟିରୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇ ଥିଲା , କିନ୍ତୁ ଆଜି ସେହି ପୋଲ ପୁଣି ଲଗାଣ ବର୍ଷା ଯୋଗୁଁ ଧୋଇ ହୋଇ ଯାଇଛି। ଯାହାଦ୍ୱାରା ଧର୍ମଗଡ଼ ,ଜୁନାଗଡ଼, ଭବାନୀପାଟଣା ରାସ୍ତା ରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଏହି ଜାତୀୟ ରଜପଥ,୧୩୦ ସି କୁ ନିର୍ମାଣ କରୁଥିବା ସଂସ୍ଥା ଓ ଯନ୍ତ୍ରିଙ୍କ ଖାମଖିଆଳି ନୀତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ କିମ୍ବା ନିର୍ମାଣ କାରୀ ସଂସ୍ଥା ସଠିକ ଭାବେ ଯତ୍ନବାନ ନ ହୋଇ ବର୍ଷା ଦିନରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ବାରମ୍ବାର ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏପ୍ରୋଚ ରୋଡ଼ ତିଆରି ଖାମଖୀଆଲି ଓ ନିମ୍ନମାନର କାର୍ୟ୍ୟ ହେଉଥିବାରୁ ବାରମ୍ବାର ଭାଙ୍ଗିଯାଉଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ଯାହାଦ୍ୱାରାଏହି ଦୁଇ କି,ମି ରାସ୍ତା ପାରି ହେବା ବଦଳରେ ୨୦ ରୁ ୩୦ କି ମି ଦୂର ରାସ୍ତା ଅତିକ୍ରମ କରି ଯିବା ଆସିବା କରିବା କୁ ପଡୁଛି । ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତା ମଧ୍ୟ ଦେଇ ଭାରି ଯାନ ଚଳାଚଳ କୁ ବନ୍ଦ କରି ଦିଆଯାଇଅଛି । ଯଦି ସନ୍ଧ୍ୟା ପର୍ୟ୍ୟନ୍ତ ବର୍ଷା ନ ହୁଏ ତାହା ହେଲେ ସାଧାରଣ ଚଳପ୍ରଚଳ ସ୍ୱାଭାବିକ ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

କୋଲନରା ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ଚିଲିଚିଲା ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!