ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ବୁଲା ଡାକ୍ତର

ବୁଲା ଡାକ୍ତର

ଜୟ କୁମାର ମିଶ୍ର 

ବୁଲା ଡାକତର, ବୁଲେ ଘର ଘର 
ଔଷଧ ବୁଜୁଳି ଧରି, 
ପଲ୍ଲୀ, ପଡା,ମାଳ, ବଣ ଓ ପାହାଡ଼ 
ବୁଲୁଥାଏ ଘିରି ଘିରି ll
ପାଠତ ଅଳପ, ବହୁତ ବହପ 
କଥାରେ ଜିଣିବ ଗଡ଼, 
ନିଦାନ ଔଷଧ, ନକଲି, ପ୍ରମାଦ 
ମଣିଷ ହୁଅଇ ମଢ଼ା ll
ପୁରୁଣା ବଟିକା, ଇଞ୍ଜେକ୍ସନ ଲେଖା 
ସେଲାଇନ୍ ବୋତଲ ପେଢ଼ି, 
ଗାଉଁଲି ଜନଙ୍କୁ, ସେବା କରିବାକୁ 
ଯାଏସାଥେ ଗାଡିଚଢ଼ି ll
ମାରୁ ମାରୁ କେବେ, ମହାପାତ୍ର ହେବେ, 
ହୁଅନ୍ତି ଭଲ ଡାକ୍ତର, 
କେହି କଲେ କାଳ, ଅବହେଳା ବେଳ 
ଘେନିଲା ଜୀବନ ତାର ll
ପଚାରି ଓ ପୁଛି, ତାଲିକାଟି କିଛି 
ଲେଖି ରଖିଥିବେ ପାଶେ, 
କେତୋଟି ଲେଖିବେ ମୁଣିରୁ କାଢ଼ିବେ 
ଦେବେଟି ସେ ମୃଦୁ ହାସେ ll 
ସବୁ ଜାଣିବାର, ବଡ଼ ପlରିବାର 
ବେଶଭୁଷା, ଭାଷା ଭାରି 
ସତେ କି ବଳିବ, ଧନନ୍ତ୍ବରି ଦେବ 
(ବଡ଼)ଡାକ୍ତର ଜିବଟି ହାରି ll
ଟଙ୍କା ନେବ କସି, କେତେ କଣ ଭାଷି 
ଦୟା ଧରମକୁ କହି, 
ଅଭିନୟ କରି, ମନକୁ ସେ ହାରି 
ସାଥେ କେତେ ନେବ ବୋହି ll
ପଲ୍ଲୀ ପଙ୍କାଳେ, ତା’ ତରିକାଟି ଚଳେ
ନେଇ ଆଣି ଥୋଇ ଜାଣେ, 
ମରୁଭୂମିଟିରେ, ଗବଗଛ ବାରେ 
ମହାଦ୍ରୁମ ଭାବ ବୁଣେ ll
ଶିକ୍ଷା ଓ ସଂସ୍କାର, ସମସ୍ତ ପ୍ରଚାର 
ଗଣ ମାଧ୍ୟମ, ହୁଏ ବୃଥା, 
ଆଖି ଥାଉ ଜନ, ଅନ୍ଧଟି ସମାନ 
ଧରଇ ବିପଦ ପନ୍ଥା ll
କରି ଅବହେଳା, ଦିନମାସ ଚଳା 
ଲାଭ, ଲାଭ ମୂଢ଼ ମନ, 
ଜଟିଳ ହୋଇଲେ, ବହୁ କଲବଲେ
ଋଣବାଡ଼ିରେ ସରେ ଧନ ll
ପ୍ରାଣର ବିକଳେ, ବୁଲନ୍ତି ଆକୁଳେ 
ମୋହ ମାୟା ବାନ୍ଧି ଛନ୍ଦି  
କାନ୍ଦର ବୋବାଳି, ମାନସିକ, ବଳି 
କେତେ କଣ ମନେ ଖୁନ୍ଦି ll
ନିଜ ଅଚେତନ, ଆଜ୍ଞନର ମନ 
ହେୟ ଜ୍ଞାନ, ମନ ଆଜି,  
ଅକାଳେରେ ଜଳେ, ଜୀବନଟି ଚଳେ
ଜମର ଦୁଆର ଖୋଜି ll 

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗାର,
ଜିଲ୍ଲା-ଗଜପତି, ଓଡିଶା 761206

Related posts

ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ପ୍ରଥମ ପର୍ୟ୍ୟାୟରେ ଭାରତର ୧୩ଟି ସହରକୁ ମିଳିବ ୫ଜି ସେବା

Sunil Chandra Nayak

Leave a Comment

error: Content is protected !!