ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ମହାନ୍ତି ଙ୍କ କବିତା – ଏ ଫଗୁଣେ ତୁମେ

ଏ ଫଗୁଣେ ତୁମେ 

 

ତୁମେ ଫଗୁଣର ପ୍ରୀତି ପାଖୁଡାରେ 

ସମର୍ପିତ ମଧୁ ବୁନ୍ଦା 

ଭିଜା ଅନୁଭବେ ବାସ୍ନାୟିତ କ୍ଷଣ, 

ଚେତନାର ଚାରୁ ସନ୍ଧ୍ୟା

ଯା’ ସାଥେ ଏ ପ୍ରାଣ ବନ୍ଧା 

ତୁମେ ମୋର ସେଇ ଶେଷ ବସନ୍ତର 

ଉଛୁଳା ଅଳକାନନ୍ଦା 

 

ତୁମେ ପଳାଶର ପହିଲି ହସରେ 

ମଳୟର ନିମନ୍ତ୍ରଣ 

ତରୁ ତରୁଣୀର ରକ୍ତିମ ଆଭାରେ 

ଜୀବନର ଆକର୍ଷଣ 

ପାଟ ପାରି କିଆବଣ  

ଚୋରା ଚଇତାଳି ପହିଲି ଭେଟରେ 

ଫଗୁଣର ଶେଷ ରାଣ 

 

ଆଶା ନଈଧାରେ ଅଳସୀ ବାଆର 

ଅସରନ୍ତି ଅନୁରୋଧ 

ଚକଟା କାଦୁଏ ତୁମ ପାଦଚିହ୍ନ

ସ୍ମୃତିର ସରଳ ସୁଧ 

ହେଇ ନାହିଁ ପରିଶୋଧ 

ଆଜିବି କାହିଁକି ଅବୁଝା ହିସାବ 

ବୁଝେନା ମନ ଅବୋଧ 

 

ରଞ୍ଜନ କୁମାର ମହାନ୍ତି 

ବାଲେଶ୍ୱର 

 

Related posts

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

ଯୁକ୍ତ ୨ କଳା ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା

Sunil Chandra Nayak

ସାଂସଦ ପାଣ୍ଠି ରୁ ଭୂତ ନାଥ ମନ୍ଦିର ରେ ଶିଳାନ୍ୟାସ

Sunil Chandra Nayak

Leave a Comment

error: Content is protected !!