ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ଦିବସ ରେ ବିଜେଡ଼ି ପାରିଷଦ ଙ୍କ ଉପେକ୍ଷା ଅଭିଯୋଗ

ଜୁନାଗଡ ,୧/୪ , ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନବ ନିର୍ବାଚିତ ଅଧ୍ୟକ୍ଷ ଏବ୍ଂ ପାରିଷଦ ଅଫିସ କାର୍ଯ୍ୟ ରେ ଯୋଗ ଦେଇଛନ୍ତି l ଏନ୍ଏସି ପକ୍ଷ୍ୟରୁ ସ୍ଥାନୀୟ ଉତ୍କଳ ଦିବସ ପାଳନ ରେ ସମସ୍ତ ବିଜେଡି ପାରିଷଦ ଙ୍କୁ କୋଣସି ସୂଚନା ନ ଦେଇ ଉପକ୍ଷା କରାଯାଇଥିବା ରୁ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ତୀବ୍ର ବିରୋଧ କରିଛନ୍ତି l ସ୍ତାନୀୟ ବିଜେଡି କାର୍ଯ।ଲୟରେ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଜୁନାଗଡ ଆହାର କେନ୍ଦ୍ର ଠାରେ ଏନ୍ ଏ ସି ପକ୍ଷ୍ୟରୁ ଉତ୍କଳ ଦିବସ ପାଳନ ହୋଇଥିଲା l ସେଠାରେ ଏନ୍ଏସି ନୂତନ ନଗର୍ ପାଲ ସହ ତାଙ୍କ ଦୁଇ ଜଣ ପlରିଷଦ ଅଫିସ କର୍ମଚାରି ଉପସ୍ଥିତ ରହିଥିଲେ l ହେଲେ ଏଠାରେ ନିର୍ବାଚିତ ବିଜେଡି ପାରିଷଦ ଙ୍କୁ କୋଣସି ସୂଚନା ଦିଆ ନ ଯାଇ ଉପେକ୍ଷା କରାଯାଇଛି l ଏଣୁ ଏହା ଗଣତନ୍ତ୍ର ପ୍ରତି ବିଶ୍ବାସ ଘାତକକତା ଓ ନିର୍ବାଚିତ ହେଲା ପରେ ଦଳ ମତ ନିର୍ବିଶେଷରେ ଜନ ମତ କୁ ସମ୍ମାନ ଦେଇ ଜୁନାଗଡ କୁ ମିଳିତ ଭାବେ ବିକାଶ କରିବାର ପ୍ରତିବଦ୍ଧତା ରହି ଥିବା ବେଳେ ଏହାର ଓଲଟା ଆଭିମୁଖ୍ୟ ସହ ମନମୁଖୀ କାର୍ଯ୍ୟ କଳାପ କୁ ତୀବ୍ର ବିରୋଧ କରାଯାଇଛି l ଏଣୁ ଏହି ନିର୍ବାଚିତ ପlରିଷଦ ଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଲେ ଏହାର କଡା ଜାବାବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଦଳ ର ବରିଷ୍ଟ କର୍ମ କର୍ତ୍ତା ରଶ୍ମି ରଞ୍ଜନ ନାୟକ ପରିଚାଲନା କରିଥିବା ବେଳେ ପlରିଷଦ ହିମାଦ୍ରୀ ସିନ୍ଦୂର, ହିମାଦ୍ରୀ ନାୟକ, କୁନି ସବର, ପୁଷ୍ପାଞ୍ଜଳି ଦଣ୍ଡସେନା, ମୀନତି ମାଝୀ.,କାହ୍ନୁ ବଇଠାରୁ, ଭୂପେନ୍ଦ୍ର ଦଣ୍ଡସେନା, ଚକ୍ର ବାଗ, ସଚିନ ଆନ୍ଦାନୀ, ଗୋପାଳ ଚନ୍ଦନ ଏବ୍ଂ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ lଅନ୍ୟ ପକ୍ଷରେ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ ଏହାକୁ ଖଣ୍ଡନ କରିଛନ୍ତି ଓ କହିଥିଲେ ଯେ ସେଠାରେ ଉତ୍କଳ ଦିବସ ପାଳନ କରାଯାଇନାହିଁ ,ଆହାର କେନ୍ଦ୍ର ପ୍ରତିଷ୍ଠା ଦିବସ ପାଇଁ ସେମାନଂକ ସୂଚନା ମତେ ଆମେ ପରିଦର୍ଶନରେ ଯାଇଥିଲୁ ବୋଲି ତାଙ୍କ ପତିକ୍ରିୟାରେ କହିଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀ କୋଠରି ଉଦଘାଟନ କଲେ କୋକସରା ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ ଐଶ୍ୱର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!