ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

ଡା. ଦେବୀ ପ୍ରସାଦ ମିଶ୍ର

ସହକାରୀ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ
ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ
ଓଡ଼ିଆ ପଢ଼ ଓଡ଼ିଆ ଲେଖ
ରଖିବା ପାଇଁ ଭାଷାର ଟେକ
ଆମ ଓଡ଼ିଆ ବଢ଼ିଆ ଭାରି
ଅନ୍ୟ ଭାଷା କି ହେବ ତା’ ସରି !
ଆହୁରି ଭାଷା ତା’ସଙ୍ଗେ ଶିଖ
ମାତୃଭାଷାର ମହତ ରଖ
ସଂଗ୍ରହ କର ଓଡ଼ିଆ ବହି
ଓଡ଼ିଆ ବିନା ନପାର ରହି !!
ଓଡ଼ିଆ ଆମ ଭାଷା ମାଆର
କରିବା ନାହିଁ ତାହାକୁ ପର
ଭାଷା ସୁରକ୍ଷା ସଭିଏଁ କର
ଭବିଷ୍ୟତକୁ ନଥିବ ଡର !!!
ଆମ ମାତୃଭାଷା ଓଡ଼ିଆର ଟେକ ରଖିବା ପାଇଁ
ଆସହେ ସଭିଏଁ ଶପଥ ନେବାରେ ଭଉଣୀ ଭାଇ ।

 ଦେବାନୁଭବନ

 କାଠଗଡା, ଢେଙ୍କାନାଳ

Related posts

ଆମପାଣି ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଉଦଘାଟନ କଲେ ଜନ ପ୍ରତିନିଧି

Sunil Chandra Nayak

ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ , ବାଲ୍ୟବିବାହ ରୋକିବା ପାଇଁ ସଚେତନତା

Sunil Chandra Nayak

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!