ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳାର ଆୟୋଜନ

ବୌଦ୍ଧ -29-10- ବୌଦ୍ଧ ବ୍ଲକରେ ଆଜି ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା ର ଆୟୋଜନ କରାଯାଇଛି l ମିଶନ ଶକ୍ତି ଜରିଆ ରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରତ୍ୟୁଷ କୁମାର ରଥ ଯୋଗ ଦେଇ ଉଦବୋଧନ ଦେଇଥିଲେ l ଏହି ମେଳା ରେ 303 ଏସଏଚଜି ଙ୍କୁ 7 କୋଟି 79 ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି l ବୌଦ୍ଧ ବିଡିଓ ଶ୍ରୀ ଅବିନାଶ ପାଣ୍ଡିଆ ଏଲଡିଏମ ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଓ ଡିପିସି ଶ୍ରୀ ଦେବଦତ୍ତ ମିଶ୍ର, ସିଡିପିଓ ଶ୍ରୀମତୀ ମିନତୀ ଦେଓ ମଞ୍ଚ ରେ ଉପସ୍ଥିତ ଥିଲେ l ଏହି ମେଳା ରେ 100 ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳା ର ଆୟୋଜନ ରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବୈଦ୍ୟରାଜ ପବିତ୍ର ଶବର ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!