ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ କୁଶୁଲାପୁଞ୍ଜା ପ୍ରତିଭା ସମ୍ମାନ 

ଭବାନୀପାଟଣା: ୨୯/୧୦ – (ମନିସ):- କଳାହାଣ୍ଡି ଜିଲ୍ଲାର ମ.ରାମପୁର ନିକଟସ୍ଥ ଗୌଡ କର୍ଲାଖୁଟାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୁଶଲାପୁଞ୍ଜା ଡଙ୍ଗର ମହୋତ୍ସବ ଅବସରରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ସାହିତ୍ୟିକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି। ଏଥିରେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ବିଜୟ କୁମାର ସାହୁ ମୁଖ୍ୟ ଅତିଥି, କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ କମ୍ଭୂପାଣି ମିଶ୍ର, ଅନନ୍ତ କୁମାର ପାଲ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥଲେ। ଡକ୍ଟର ବେହେରା ଓଡ଼ିଶାର ଅନାଲୋଚିତ ଲୁପ୍ତ ଓ ଲୁପ୍ତପ୍ରାୟ ଲୋକଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ତାର ପୁନରୁଦ୍ଧାର ସହ ଲୋକଲୋଚନକୁ ଆଣିବାରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ତାଙ୍କରି ଏହି ଅବଦାନ ପାଇଁ ସମ୍ୱଲପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ସର୍ବୋଚ୍ଚ ମର୍ଯ୍ୟାଦାଜନକ ପି.ଏଚ୍.ଡି. ଓ ଡି.ଲିଟ୍ ଡିଗ୍ରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ଜୁନିଅର ଫେଲୋସିପ ସହ ସରକାରୀ ତଥା ବେସରକାରୀ ସଂସ୍ଥା ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଛନ୍ତି। ଡକ୍ଟର ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗୀୟ ଅଧ୍ୟାପକ ଭାବରେ କାର୍ଯ୍ୟରତ।

Related posts

ତିରିଂ ଭଗାଵନ୍ଦି ଗ୍ରାମରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା  

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ  ମାତା ସ୍କନ୍ଦମାତା

Sunil Chandra Nayak

ଗାଁ ରେ ବୁଲୁଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

Sunil Chandra Nayak

Leave a Comment

error: Content is protected !!