ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅବ୍ୟକ୍ତ ବେଦନା

 ଅବ୍ୟକ୍ତ ବେଦନା

ଉପେନ୍ଦ୍ର କୁମାର ବସ୍ତିଆ

   
ବେଦନାରେ ସିଝିସିଝି
ଯାଇଥିବା ମନଟିଏ 
ଦୁଃଖକୁ ସାଉଁଟି ନେଇ 
କହି ପାରେନି ଭାଷାରେ , 
ଲେଖି ପାରେନି କାଗଜରେ , 
ଦେଖାଇ ପାରେନି ଭଙ୍ଗିରେ 
   କିନ୍ତୁ ଖାଲି•••• 
ଚାହେଁ ନିରୀହ ଚାହାଁଣୀରେ ।
 ଶତାଧିକ ବେଦନାରେ 
  ଜର୍ଜରିତ ମନଟି
କିପରି କହିବ ,କାହିଁକି କହିବ 
କାହାକୁ କହିବ ଭାବୁ ଭାବୁ 
   ଚାହେଁ ଖାଲି ••••
କେବଳ ହତାଶ ଚାହାଁଣୀରେ ।
ଛଳ ଛଳ ଆଖି କିନ୍ତୁ 
 ସାକ୍ଷୀ ହୋଇ ରହିଯାଏ 
କେହି ତାକୁ ସାହା ଭରସା 
ନ ହେଲେ ନାହିଁ ପଛେ 
ଆଖି ଦୁଇଟିକୁ ••••
କେହିଦେଖି ନେଲେ ଜାଣି ହୁଏ 
କେତେ ଯେ ଅବ୍ୟକ୍ତ ବେଦନା 
ଅଛି ତା ମନ ହୃଦୟରେ ।

 ରାଉରକେଲା

Related posts

ଲଳିତ କଳା କେନ୍ଦ୍ର, ଆସାମ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ 

Sunil Chandra Nayak

ଗ୍ରୀଣ୍ଡୋଲଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ

Sunil Chandra Nayak

ଶାନ୍ତି ଶୃଙ୍ଖଳା ମଧ୍ୟରେ ନର୍ଲା ଅଞ୍ଚଳ ରେ ବାହୁଡା ଯାତ୍ରା ସମାପନ 

Sunil Chandra Nayak

Leave a Comment

error: Content is protected !!