ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅବ୍ୟକ୍ତ ବେଦନା

 ଅବ୍ୟକ୍ତ ବେଦନା

ଉପେନ୍ଦ୍ର କୁମାର ବସ୍ତିଆ

   
ବେଦନାରେ ସିଝିସିଝି
ଯାଇଥିବା ମନଟିଏ 
ଦୁଃଖକୁ ସାଉଁଟି ନେଇ 
କହି ପାରେନି ଭାଷାରେ , 
ଲେଖି ପାରେନି କାଗଜରେ , 
ଦେଖାଇ ପାରେନି ଭଙ୍ଗିରେ 
   କିନ୍ତୁ ଖାଲି•••• 
ଚାହେଁ ନିରୀହ ଚାହାଁଣୀରେ ।
 ଶତାଧିକ ବେଦନାରେ 
  ଜର୍ଜରିତ ମନଟି
କିପରି କହିବ ,କାହିଁକି କହିବ 
କାହାକୁ କହିବ ଭାବୁ ଭାବୁ 
   ଚାହେଁ ଖାଲି ••••
କେବଳ ହତାଶ ଚାହାଁଣୀରେ ।
ଛଳ ଛଳ ଆଖି କିନ୍ତୁ 
 ସାକ୍ଷୀ ହୋଇ ରହିଯାଏ 
କେହି ତାକୁ ସାହା ଭରସା 
ନ ହେଲେ ନାହିଁ ପଛେ 
ଆଖି ଦୁଇଟିକୁ ••••
କେହିଦେଖି ନେଲେ ଜାଣି ହୁଏ 
କେତେ ଯେ ଅବ୍ୟକ୍ତ ବେଦନା 
ଅଛି ତା ମନ ହୃଦୟରେ ।

 ରାଉରକେଲା

Related posts

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ମିତ ପାଇଁ ଗୀତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଶ୍ରାବଣୀ ।।

Sunil Chandra Nayak

Leave a Comment

error: Content is protected !!