Uncategorizedରଶ୍ମି ରଂଜନ ଙ୍କ କବିତା ସ୍ବପ୍ନ ସୁନ୍ଦରୀ by Sunil Chandra NayakSeptember 19, 20220343 Share3 ସ୍ବପ୍ନ ସୁନ୍ଦରୀ ପାହାନ୍ତି ସ୍ୱପ୍ନରେ ତୁ ଆସୁ ବୋଲି ତ ମୁଁ ଏତେ ଡେରି ଯାଏଁ ଶୁଏ ଧୂପର ଧୂଆଁରେ ଘର ବୋଳିହେଳା ପରେ, ତୋ କେଶର ଜୁଈ ହେନା ବାସ୍ନା ମୋତେ ବିମୋହିତ କରେ । ଶିଶିର କାକର ବିନ୍ଦୁପରି ତୋ ଉନ୍ମୁକ୍ତ କବରୀର ବଳକା ଗାଧୁଆ ଜଳ ଯେବେ ଖସି ଆସି ଛୁଇଁ ଯାଏ ମୋତେ ମହମହ ମହୁଆ ବାସ୍ନାରେ ଖୁବ୍ ସତେଜ ଲାଗେ ମୋ ଅଳସ ସକାଳ ତୋ ଓଠର ମଧୁର ସ୍ପର୍ଶ ଯେବେ ଛୁଇଁ ଯାଏ ମୋ ଗଣ୍ଡ ଦେଶ ମୋ ଦିନର ଶୁଭାରମ୍ଭ ବେଶ ସୁରୁଖୁରୁ ରେ ଚାଲେ। କଫିର କପ ରେ ଯେବେ ଆଙ୍ଗୁଳି ବୁଡେଇ ମୋତେ ନିଦରୁ ଉଠେଇବାର ଯେଉଁ ରୀତିମତ ଫାଜିଲାମୀ କରୁ, ଇଛା ହୁଏ , ଢେର ସାରା ଗାଳିଦେଇ ତୋତେ ଚୁପ କରିବାକୁ । କିନ୍ତୁ, ତୋ ଦେହ ଦୋହଲା ଖିଲି ଖିଲି ହସ ଦେଖି ଛାତି ଭିତର ଟା ପୁଣି ବିଭୋର ହୁଏ କମ୍ବଳ ଭିତରେ , ଭାବେ ତୁ ସ୍ୱପ୍ନ ଟିଏ ନା ସତ ଟିଏ ବୋଧହୁଏ, ମୋ ଅଭିଶପ୍ତ ଜୀବନର ସମସ୍ତ ପୂଣ୍ୟର ପୁର୍ଣ୍ଣାହୂତି ଟିଏ। ରଶ୍ମି ରଂଜନ ଆଖୁଆପଦା, ଭଦ୍ରକ