ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନର ମନ୍ଦିରେ ପାଉଅଛ ପୂଜା
    ଆହା ମୋ କାଳିଆ ରଜା
ଫୁଲ ଧୂପ ଦେଇ ସଜାଛି ମୁହଁ ଯେ
     ଉଡ଼ାଇ ଦିଅ ମୋ ଧ୍ଵଜା।
ଏତେ ବଡ଼ ଧରା ବୁଲୁ ଅଛ ପୁରା
   ଭକ୍ତ ଭାବ ପାର ଜାଣି
ଦିନେ ନଦେଖିଲ ଭକ୍ତ ହୁଏ ବାୟା
   ପ୍ରଭୁଙ୍କୁ ଦେଖିଲ ତୁନି।
ଧେନୁ ପଛେ ବତ୍ସା ଯେମିତି ଥାଇସେ 
    ପ୍ରଭୁ ପଛେ ଭକ୍ତ ଥାଇ
ହରିରାମ ଜପ ନିତି କରୁଥାଏ 
     ପ୍ରଭୁଙ୍କ ପ୍ରେମରେ ବାଇ।
ଦିନ ପରେ ରାତି ଲାଗି ଥାଏ ସଦା
        ଋତୁର ପରିବର୍ତ୍ତନ
ଭକ୍ତ ଭଗବାନ ଉତ୍ସବ କାଳରେ
       ହୁଅନ୍ତି ଭାବ ମିଳନ।
ପ୍ରକୃତି ସହିତ ସମସ୍ତ ସଂପର୍କ
     ଜୀବମଣ୍ଡଳର ଭାବ
ଭକ୍ତ ଭଗବାନ ସେମିତି ଚାହିଁଛି
    ପାଇବାକୁ ଭକ୍ତି ଭାବ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ପେଟ୍ରୋଲିଂ ପାଇଁ ଦାବିପତ୍ର

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଗଠିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!