ଅଣୁଗଳ୍ପ
ହତଭାଗ୍ୟ
ସତ୍ୟନାରାୟଣ ନାମକ ଜଣେ ପିଲା ଥିଲା |ଜଣେ ଈଶ୍ୱର ବିଶ୍ୱାସୀ ପରମ ଭକ୍ତ |ସବୁକାମରେ ଅନେକ ବିଶ୍ୱାସ ଥାଏ|ବେଳେବେଳେ ପ୍ରତ୍ୟେକ କାମରେ ଅବିଶ୍ୱାସ ଵି ଭରି ରହିଥାଏ | ଦିନେ ଈଶ୍ୱର ସ୍ୱପ୍ନରେ ତାକୁକହିଲେ ଭକ୍ତ ମୁଁ ତୁମକୁ ଆଜି ପରୀକ୍ଷା କରିବି |ତୁମକୁ ପରୀକ୍ଷାର ଶେଷ ପରୀକ୍ଷା ଫଳ ଦେବି |ସାବଧାନରେ ଥିବ |ଯାହା ମାଗିବା କଥା ମନରେ ଭାବିଚିନ୍ତି ଠିକ କରିଥିବ |ସତ୍ୟ କହିଲା କେତେବେଳେ ଦେବେ? ଈଶ୍ୱର କହିଲେ ଅପରାହ୍ନ ଠିକ ଦିନ ଘ 3.00ଟା ବେଳେ ତୁମପାଖକୁ ଆସିବି |ଯାହାଚାହିଁବ ତାହାଦେବି |ସାବଧାନ ପଥ ହୁଡ଼ିଲେ ଆଉ ପାଇବ ନାହିଁ |
ସତ୍ୟ ସ୍ବପ୍ନ ଦେଖି ବିଭୋରହୋଇଗଲା |ଭାବିଲା ଆଜି ଈଶ୍ୱରଙ୍କଠାରୁ ଅମରବର ମାଗିଆଣିବି |ସେହି ଗୋଟିଏ ବରରେ ମୁଁ ସବୁକିଛି କରିପାରିବି |ଇଛାକଲେ ସବୁକିଛି କରିପାରିବି |ଇଛାକଲେ ସବୁକିଛି କରିପାରିବି |ସ୍ବର୍ଗର ଇନ୍ଦ୍ରରାଜାବି ହୋଇପାରିବି |ସେହି ଗୋଟିଏ ବରରେ ଅନେକ ଖେଳକରିପାରିବି |
ଦିନସାରା ସତ୍ୟ ସାବଧାନ ହୋଇ ରହିଲା | ଅନ୍ୟ ମନସ୍କ ହେବାର ପ୍ରଶ୍ନ ନଥିଲା |ସବୁକାମ ଛାଡି ଏକାଗ୍ର ଚିତ୍ତରେ ଘରେ ବସିରହି ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କଲା |ଈଶ୍ୱରଙ୍କ ନାମମଧ୍ଯ ଜପିବାକୁ ଲାଗିଲା |ଅପରାହ୍ନ ସମୟ 3.00ଟାକୁ ଅପେକ୍ଷା କଲା |
ବସିବସି ସେ କ୍ଳାନ୍ତ ଅନୁଭବ କଲା |ଟିକିଏ ନିଦ ମାଡିଲା |ଠିକ ଅପରାହ୍ନ 3.00ଟା ବାଜିବାକୁ ପାଞ୍ଚମିନିଟ ବାକିଥାଏ ସେଟିକିଏ ଶୋଇପଡ଼ିଲା |
ଈଶ୍ୱରଙ୍କ ବଚନ ବେଦର ଗାର |ଠିକ ଅପରାହ୍ନ 3.00 ସମୟରେ ସେ ଲକ୍ଷେ ସ୍ବର୍ଣ୍ଣମୁଦ୍ରା ସହ ସତ୍ୟ ପାଖରେ ପହଞ୍ଚିଗଲେ |ସ୍ଵର୍ଣ୍ଣମୁଦ୍ରା ମୁଣୀଟା ତା’ମୁଣ୍ଡ ପାଖରେ ଥୋଇଦେଇ ଚାଲିଗଲେ |ସଙ୍ଗେ ସଙ୍ଗେ ନିଦ୍ରାଦେବୀ ମଧ୍ୟ ଅପସରିଗଲେ |ସତ୍ୟ ଠିକ 3.00ଟା ପାଞ୍ଚ ମିନିଟରେ ଆଖି ମଳିମଳି ଉଠିଲା |
ଦେଖିଲା ମୁଣ୍ଡପାଖରେ ସୁନା ମୁଣି |ଏହିଥିରୁ ଜାଣିପାରିଲା ଏହା ଈଶ୍ୱରଙ୍କ କାମ |ପାଖରେ ଈଶ୍ୱର ନାହାନ୍ତି |ଅସଲ ସମୟରେ ତାକୁ କାଳନିଦ୍ରା ଘାରିଲା |ସତ୍ୟ ନିଜକୁ ବହୁତ ଧିକ୍କାର କଲେ |ମନକୁ ମନ କହିବାକୁ ଲାଗିଲେ ହେ ଈଶ୍ୱର ତୁମେ ଏକି କଲ? ମୋତେ ମୋର ଭାବନା ରାଜ୍ୟରୁ ଦୂରେଇ ଦେବାକୁ ମୋର ଲକ୍ଷ୍ୟ ପଥରୁ ଚ୍ୟୁତ କରିଦେଲ |ଈଶ୍ୱର ଶୂନ୍ୟରେ ରହି କହିଲେ, ଭକ୍ତ ମୁଁ ତୁମର ମନର ଭାବନା ଜାଣି ପାରିଲି |ଯାହାମାଗି ରାବଣ କି ଅନର୍ଥ କରି ନଥିଲା |ଦୁରାଚାରି ହୋଇଯାଇଥାନ୍ତ |ଜଗତର ବଡ ଅମଙ୍ଗଳ ହୋଇଥାନ୍ତା |ତେଣୁ ତୁମପାଖକୁ ପହଞ୍ଚିବା ପୂର୍ବରୁ ନିଦ୍ରାଦେବୀଙ୍କୁ ତୁମକୁ ଶୁଆଇ ଦେଲି |
ଏହା ଶୁଣି ସତ୍ୟମନକୁ ମନ କହି ଉଠିଲା ମୋ ଠାରୁ କେହି ହତଭାଗ୍ୟ ଦୁନିଆଁରେ କେହି ନାହିଁ????
ଶ୍ରୀ ବିଦ୍ୟାଧର ମହାନ୍ତ
ତମ୍ବାହରା , ହରିଚନ୍ଦନପର , କେନ୍ଦୁଝର