ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଅଣୁ ଗଳ୍ପ ହତଭାଗ୍ୟ

ଅଣୁଗଳ୍ପ 

              ହତଭାଗ୍ୟ

ସତ୍ୟନାରାୟଣ ନାମକ ଜଣେ ପିଲା ଥିଲା |ଜଣେ ଈଶ୍ୱର ବିଶ୍ୱାସୀ ପରମ ଭକ୍ତ |ସବୁକାମରେ ଅନେକ ବିଶ୍ୱାସ ଥାଏ|ବେଳେବେଳେ ପ୍ରତ୍ୟେକ କାମରେ ଅବିଶ୍ୱାସ ଵି ଭରି ରହିଥାଏ | ଦିନେ ଈଶ୍ୱର ସ୍ୱପ୍ନରେ ତାକୁକହିଲେ ଭକ୍ତ ମୁଁ ତୁମକୁ ଆଜି ପରୀକ୍ଷା କରିବି |ତୁମକୁ ପରୀକ୍ଷାର ଶେଷ ପରୀକ୍ଷା ଫଳ ଦେବି |ସାବଧାନରେ ଥିବ |ଯାହା ମାଗିବା କଥା ମନରେ ଭାବିଚିନ୍ତି ଠିକ କରିଥିବ |ସତ୍ୟ କହିଲା କେତେବେଳେ ଦେବେ? ଈଶ୍ୱର କହିଲେ ଅପରାହ୍ନ ଠିକ ଦିନ ଘ 3.00ଟା ବେଳେ ତୁମପାଖକୁ ଆସିବି |ଯାହାଚାହିଁବ ତାହାଦେବି |ସାବଧାନ ପଥ ହୁଡ଼ିଲେ ଆଉ ପାଇବ ନାହିଁ |

            ସତ୍ୟ ସ୍ବପ୍ନ ଦେଖି ବିଭୋରହୋଇଗଲା |ଭାବିଲା ଆଜି ଈଶ୍ୱରଙ୍କଠାରୁ ଅମରବର ମାଗିଆଣିବି |ସେହି ଗୋଟିଏ ବରରେ ମୁଁ ସବୁକିଛି କରିପାରିବି |ଇଛାକଲେ ସବୁକିଛି କରିପାରିବି |ଇଛାକଲେ ସବୁକିଛି କରିପାରିବି |ସ୍ବର୍ଗର ଇନ୍ଦ୍ରରାଜାବି ହୋଇପାରିବି |ସେହି ଗୋଟିଏ ବରରେ ଅନେକ ଖେଳକରିପାରିବି |

            ଦିନସାରା ସତ୍ୟ ସାବଧାନ ହୋଇ ରହିଲା | ଅନ୍ୟ ମନସ୍କ ହେବାର ପ୍ରଶ୍ନ ନଥିଲା |ସବୁକାମ ଛାଡି ଏକାଗ୍ର ଚିତ୍ତରେ ଘରେ ବସିରହି ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କଲା |ଈଶ୍ୱରଙ୍କ ନାମମଧ୍ଯ ଜପିବାକୁ ଲାଗିଲା |ଅପରାହ୍ନ ସମୟ 3.00ଟାକୁ ଅପେକ୍ଷା କଲା |

         ବସିବସି ସେ କ୍ଳାନ୍ତ ଅନୁଭବ କଲା |ଟିକିଏ ନିଦ ମାଡିଲା |ଠିକ ଅପରାହ୍ନ 3.00ଟା ବାଜିବାକୁ ପାଞ୍ଚମିନିଟ ବାକିଥାଏ ସେଟିକିଏ ଶୋଇପଡ଼ିଲା |

        ଈଶ୍ୱରଙ୍କ ବଚନ ବେଦର ଗାର |ଠିକ ଅପରାହ୍ନ 3.00 ସମୟରେ ସେ ଲକ୍ଷେ ସ୍ବର୍ଣ୍ଣମୁଦ୍ରା ସହ ସତ୍ୟ ପାଖରେ ପହଞ୍ଚିଗଲେ |ସ୍ଵର୍ଣ୍ଣମୁଦ୍ରା ମୁଣୀଟା ତା’ମୁଣ୍ଡ ପାଖରେ ଥୋଇଦେଇ ଚାଲିଗଲେ |ସଙ୍ଗେ ସଙ୍ଗେ ନିଦ୍ରାଦେବୀ ମଧ୍ୟ ଅପସରିଗଲେ |ସତ୍ୟ ଠିକ 3.00ଟା ପାଞ୍ଚ ମିନିଟରେ ଆଖି ମଳିମଳି ଉଠିଲା |

      ଦେଖିଲା ମୁଣ୍ଡପାଖରେ ସୁନା ମୁଣି |ଏହିଥିରୁ ଜାଣିପାରିଲା ଏହା ଈଶ୍ୱରଙ୍କ କାମ |ପାଖରେ ଈଶ୍ୱର ନାହାନ୍ତି |ଅସଲ ସମୟରେ ତାକୁ କାଳନିଦ୍ରା ଘାରିଲା |ସତ୍ୟ ନିଜକୁ ବହୁତ ଧିକ୍କାର କଲେ |ମନକୁ ମନ କହିବାକୁ ଲାଗିଲେ ହେ ଈଶ୍ୱର ତୁମେ ଏକି କଲ? ମୋତେ ମୋର ଭାବନା ରାଜ୍ୟରୁ ଦୂରେଇ ଦେବାକୁ ମୋର ଲକ୍ଷ୍ୟ ପଥରୁ ଚ୍ୟୁତ କରିଦେଲ |ଈଶ୍ୱର ଶୂନ୍ୟରେ ରହି କହିଲେ, ଭକ୍ତ ମୁଁ ତୁମର ମନର ଭାବନା ଜାଣି ପାରିଲି |ଯାହାମାଗି ରାବଣ କି ଅନର୍ଥ କରି ନଥିଲା |ଦୁରାଚାରି ହୋଇଯାଇଥାନ୍ତ |ଜଗତର ବଡ ଅମଙ୍ଗଳ ହୋଇଥାନ୍ତା |ତେଣୁ ତୁମପାଖକୁ ପହଞ୍ଚିବା ପୂର୍ବରୁ ନିଦ୍ରାଦେବୀଙ୍କୁ ତୁମକୁ ଶୁଆଇ ଦେଲି |

ଏହା ଶୁଣି ସତ୍ୟମନକୁ ମନ କହି ଉଠିଲା ମୋ ଠାରୁ କେହି ହତଭାଗ୍ୟ ଦୁନିଆଁରେ କେହି ନାହିଁ????

         

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା , ହରିଚନ୍ଦନପର , କେନ୍ଦୁଝର

 

 

 

Related posts

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକରେ ଜାମଦା ଅଞ୍ଚଳ ସ୍ତବ୍ଧ!

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!