ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

କଳାହାଣ୍ଡି ଜିଲ୍ଲା ଧର୍ମଗତ ଥାନା ଅନ୍ତର୍ଗତ କିର୍କାକାନି କେନାଲ ହୁଡ଼ା ନିକଟସ୍ଥ ଏକ ଗଛ ଉପରେ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଦେଖିବାକୁ ମିଳିଛି। ମୃତକ ହେଲେ ପାର୍ଥ ରାଉତ (୨୩) ଓ ନାବାଳିକା ଦୀପା ନାଏକ (୧୬) ଙ୍କର ବୋଲି ଜଣାପଡିଛି। ମୃତା ଛାତ୍ରୀ ଜଣକ ଶୋଶିଆ ହାଇସ୍କୁଲ ର ନବମ ଶ୍ରେଣୀର ଛାତ୍ରୀ ବୋଲି ତା ପାଖରୁ ମିଳିଥିବା ପରିଚୟ ପତ୍ର ରୁ ଜଣା ପଡିଛି। ଖବର ପାଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ୍ ଚୋପଦାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଉଭୟେ ଆତ୍ମହତ୍ୟା କରିଥିବା ପାରିପାର୍ଶିକ ସ୍ଥିତିରୁ ପୋଲିସ ଅନୁମାନ କରୁଛି। ତଦନ୍ତ ଚାଲିଛି ଖୁବ ଶୀଘ୍ର ସତ୍ୟ ଲୋକଲୋଚନକୁ ଆସିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସଫଳା ଦାସ ଙ୍କ କବିତା ତୁମେ ଏମିତି କାହିଁକି ଆସ

Sunil Chandra Nayak

ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଓ ମେଧାବୀ ଅଭିନନ୍ଦନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା “ମରମ କଥାର, ଚରମ ସଂଗୀତ”

Sunil Chandra Nayak

Leave a Comment

error: Content is protected !!