ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ

ରାଉରକେଲା/ ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ଅନୁଷ୍ଠାନ ସେକ୍ଟର ୧୬ର ଶ୍ରଦ୍ଧା ଅନୁଷ୍ଠାନ ପକ୍ଷରୁ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ ହୋଇଯାଇଛି। ଶ୍ରଦ୍ଧା ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଆରଜିଏଚ ର ସୁପରିଟେଣ୍ଡଣ୍ଟ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ, ଜିଲ୍ଲା ସାମାଜିକ ଅଧିକାରୀ ଅଶୋକ କୁମାର ହାବଡାସିଂହ, ପାନପୋଷ ଉପଖଣ୍ଡ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାଏକ,ରାଉରକେଲା ରାଉଣ୍ଡ ଟେବୁଲର ଉପାଧ୍ୟକ୍ଷ ଗଗନଦୀପ ସାଲୁଜା,ଏନଆଇଟି ର ମନୋବିଜ୍ଞାନ ଅଧ୍ୟାପକ ଡଃ ରାମକୃଷ୍ଣ ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଅନ୍ତେବାସୀଙ୍କୁ ସ୍ବପରାୟଣତା ସଂପର୍କରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହା ସହ ସେମାନଙ୍କୁ ଅଣଦେଖା ନକରି ସେମାନଙ୍କ ଭାବନା ସହ ନିଜକୁ ସାମିଲ୍ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଅଭିଭାବକ ଓ ପିତାମାତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସଂପର୍କରେ ଆଲୋଚନା କରିଥିଲେ। ସୁଦୂର କାନଡା ର ରୀତା ୱାରିଆ ସେଣ୍ଟରର ଡା ସିମୀ ସନ୍ଥା ଦିବ୍ୟାଙ୍ଗଙ୍କ ପ୍ରତି ବ୍ୟବହାର ଓ କୌଶଳ ସଂପର୍କରେ ଆଭାସୀ ମାଧ୍ୟମରେ କହିବାସହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ଅଭିଭାବକ ସଂଘର ଉପସଭାପତି ଗଗନ ବିହାରୀ ଧଳ ସ୍ବପରାୟଣତା ସଂପର୍କରେ ମତ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟେକନିକାଲ୍ ସେସନରେ ଡଃ ବିଶ୍ବାଳ ଓ ଶ୍ରୀ ପାଣ୍ଡବ କମ୍ପ୍ୟୁଟର ମାଧ୍ୟମରେ ପିତାମାତାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ଅତିଥିଙ୍କୁ ସ୍ବାଗତ ସହ ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ପାଣ୍ଡବ କାର୍ଯ୍ୟକ୍ରମ ଓ ଆଜି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ଯ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ସୁକୁମାର ପାଣ୍ଡବ,ଦୁର୍ଯ୍ୟୋଧନ ଛତ୍ରିଆ,ସମରଥୀ ସେଠୀ,ଜନ ଟପ୍ପୋ, ଅଞ୍ଜଳୀ ମହାରଣା,ଖ ପ୍ରିତୀ ବାରିକ, ସୁଜାତା ରାଉତ, ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ,ପ୍ରଭାସିନୀ ସୁନା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

ଗଣମାଧ୍ୟମ ଗଣତନ୍ତ୍ରର ବଳ: ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

Sunil Chandra Nayak

ଅମଠା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ଙ୍କ କୃତିତ୍ବ 

Sunil Chandra Nayak

Leave a Comment

error: Content is protected !!