ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଆଦର୍ଶ ପାଠାଗାରଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା/ ସ୍ବଚ୍ଛତା ଓ ପରିବେଶ କୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଆଦର୍ଶ ପାଠାଗାରର ପରିସରକୁ ସଫାସୁତୁରା କରାଯାଇଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ,ସଂଗଠନ ସଂପାଦକ ହିମାଂଶୁ ମହାପାତ୍ର ଓ ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠାନର କର୍ମକର୍ତ୍ତା ଗଣ ମିଳିତ ଭାବେ ଦୀର୍ଘ ଦିନରୁ ଅଳିଆ ହୋଇ ପଡିଥିବା ଆବର୍ଜନା ଗୁଡିକୁ ସଫା କରିଥିଲେ। ଆଦର୍ଶ ପାଠାଗାର ର ସଭାପତି ଇଂ ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ତଥା ସଭ୍ୟ ଟୁକୁଲା ପାଢୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ପାଠାଗାର ତରଫରୁ କ୍ଲିନ୍ ଆଣ୍ଡ ଗ୍ରୀନ୍ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ ଆଗାମୀ ଜୁନ ୫ତାରିଖ ବିଶ୍ବ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ଉଭୟ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ଅବସରରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଡଃ ସୁମନ ଦତ୍ତ ଓ କବି ତ୍ରିଲୋଚନ ସ୍ବାଇଁ ଗଛ ସଂପର୍କରେ ଏକ ସୁନ୍ଦର କବିତା ପାଠ କରିଥିଲେ। ଶେଷରେ ସମସ୍ତଙ୍କୁ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି ମିଳିତ ବୈଠକ

ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର

Sunil Chandra Nayak

ବିଷ ପାନ ଖାଇ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!