ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରଜା ସମାଜର ପ୍ରତିଷ୍ଠା ଦିବସ ପାଳନ

ପାପଡାହାଣ୍ଡି,3/9, ମନିସ — ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଠାରେ ଆଜି ଜିଲ୍ଲା ପରଜା ସମାଜର ବିକାଶ ପରିଷଦର 23ତମ ପ୍ରତିଷ୍ଠା ଦିବସ ସହ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ,ଜିଲ୍ଲା ସଭାପତି ବୁଦୁ ଯାନୀ, ଉପଦେଷ୍ଟା ବଳଭଦ୍ର ମୁଦୁଲି, ଖଗପତି ଯାନୀ, ବନ ଚାଲାଣ, ପନକୁ ନାୟକ ସହ ଦଶ ଗୋଟି ବ୍ଲକର ସଭାପତି ଏବଂ କାମକର୍ତ୍ତା ଭାଗ ନେଇଥିଲେ | ଏହି ଅବସରରେ ଏକ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରି ଗ୍ରାମଦେବୀ ନିକଟରେ ପୂଜାର୍ଚନା କରାଯାଇଥିଲା | ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୂର୍ବ ସଦସ୍ୟଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା | ସମାଜର କିପରି ବିକାଶ ହେବ, ସମାଜର ପୁଅ ଓ ଝିଅ ମାନେ କିପରି ଆଗକୁ ବଢିବେ | ସମାଜର ଯେଉଁ ରୀତି ନୀତି ଅଛି ସମସ୍ତେ ମାନିବେ | ଅନ୍ୟ ଧର୍ମ ପ୍ରତି ଆକୃଷ୍ଟ ଣ ହେବେ ସେ ନେଇ ଆଲୋଚନା ହୋଇଥିଲା | ନୂଆଖାଇ ଅବସରରେ ପରସ୍ପର କୁ ସୂବେଚ୍ଛା ଜଣାଇଥିଲେ | ଗ୍ରାମରେ ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା | ପାପଡାହାଣ୍ଡି ବ୍ଲକ ସଭାପତି ନରସିଂହ ଯାନୀ, ଯୁଧିଷ୍ଠିର ଯାନୀ ସହ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଆୟୋଜନ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

ରେଙ୍ଗାଳପାଲି ଗ୍ରାମରେ ଚିତ୍ରଗୁପ୍ତ ପୂଜା ଉପଲକ୍ଷେ ରାତିରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ , ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Sunil Chandra Nayak

Leave a Comment

error: Content is protected !!