ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ବୁଝିଛି ତୁମକୁ

ବୁଝିଛି ତୁମକୁ

 

ଶରତ ଚନ୍ଦ୍ର ପଣ୍ଡା, ଯାଜପୁର

 

ତର ତରେ ଯେବେ କର୍ମକ୍ଷେତ୍ର ଯାଅ

ଅସଜଡ଼ା ପାରିପାଟୀ କୁ ଦେଖି,

ଇସାରାରାରେ ଯଦି କହେ ମୁଁ ତୁମକୁ

ହାତ ଠାରି ଥୟ କର କାହିଁକି ll

ଏଇଟା ଠିଇକ ନାହିଁ ସେଟା ନାହିଁ

ବାହାରକୁ ଯିବ ସଜାଡ଼ି ନିଅ,,

ଉତ୍ତରରେ ହସ ଆଉ ଏକ ମତ

ଅଛବୋଲି ମତେ ସୂଚନା ଦିଅ ll

ହସୁଥାଅ ସଦା ସବୁ ମାନିନିଅ

କଷଣ ଅନ୍ୟକୁ ଦିଆନି କେବେ,,

ସlଙ୍ଗ ସାଥୀ ଅବା ସହକର୍ମୀ ହେଉ

ଘର ପର ଚିନ୍ତା କରିନ କେବେ ll

ବେଶ ପାରିପାଟୀ ଠାଣି ବାଣୀ ଚାଲି

ଖାଦ୍ୟ ପେୟ ପରିଚ୍ଛଦେ ନିପୁଣା,,

ସ୍ଵଛ ପରିବେଶ ସର୍ବଦା ପସନ୍ଦ 

କର୍ମ ଧର୍ମ ଶିକ୍ଷା ଶୁଭ୍ର ସାଣ୍ଠଣl ll

ଦାୟିତ୍ୱ ବାହନେ ନଥାଏ ବିରକ୍ତ

ସୁସ୍ଥ ମନେ ଭାର ବହନ କର,,

କାମ କାର୍ଯ୍ୟ ଭୋଜି ମହୋତ୍ସବ ହେଲେ

ଆପେ ଆପେ ତରୀ ମଙ୍ଗକୁ ଧର ll

ଓଷା ବ୍ରତ ପୂଜା ପାର୍ବଣ ଦିନରେ

ପରିପକ୍ୱତାର କି ପରିଚୟ,,

ବେଳ ଅବେଳରେ ଅଭାବ କାଳରେ

ଧୀଶକ୍ତି ତଵ ରଖଇ ମୂଲ୍ୟ ll

ପିଲା ଦହଗଞ୍ଜ ବରିଷ୍ଠ ଦାୟିତ୍ୱ

ଶାଶୁ ନଣଦରେ ଘର ଚଳlଅ,,

ମତେ ଲାଗେ ସତେ ମହାଲକ୍ଷ୍ମୀ ତମେ

ନିଜେ ଜଳି ଅନ୍ୟ ଅଗ୍ନି ଲିଭାଅ ll

Related posts

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପ୍ରେମ ଅଡିସନ୍‌

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!