ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ ହେଲା ପ୍ରଶାସନର ଉଦ୍ୟମ

ପୂରଣ ହେଲା ୬ ଆଦିବାସୀ ପିଲାଙ୍କ ପାଠପଢ଼ା ସ୍ବପ୍ନ

ଲାଞ୍ଜିଗଡ଼,୦୬/୦୫(ମ.ନି.ସ)-ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ଅପହଞ୍ଚ ଇଲାକାରେ ରହିଛି ଆଦିବାସୀ ବହୁଳ ଛୋଟିଆ ଗାଁଟିଏ ତୁର୍କା ! ଦେଶ ସ୍ବାଧୀନତାର ଦୀର୍ଘ ଛଅସ୍ତରୀ ବର୍ଷ ପରେ ମଧ୍ୟ ଗାଁରେ ବାଜିନଥିଲା ବିକାଶର ଛିଟା ! ତେବେ ଏ ସଂପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ! ବ୍ଲକ ପ୍ରଶାସନର ଉଦ୍ୟମ କ୍ରମେ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ଦ୍ବାରା ଗାଁକୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତସେବା ଭଳି ମୌଳିକ ସୁବିଧା ପାଇଁ ଧିରେଧିରେ ପଥ ପରିଷ୍କାର ହେବାରେ ଲାଗିଛି ! ଏପରିସ୍ଥଳେ ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ଲକ ଶିକ୍ଷା ବିଭାଗ, ବ୍ଲକ ମଙ୍ଗଳ ବିଭାଗର ତତ୍ପରତା ଯୋଗୁଁ ଆଜି ଦୁର୍ଗମ ତୁର୍କା ଗାଁର ଛଅଜଣ ଛାତ୍ରଙ୍କ ପାଠପଢ଼ା ସ୍ବପ୍ନ ପୂରଣ ହୋଇପାରିଛି ! ଆଜି ତୁର୍କl ଗାଁର ୬ ଜଣ ଛାତ୍ରଙ୍କ ମଧ୍ୟରୁ ବିଶ୍ୱନାଥପୁରସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଛାତ୍ର ଶଙ୍କର ମାଝୀ, ମୋହନ ମାଝୀ ଓ ରବୀନ୍ଦ୍ର ମାଝୀଙ୍କ ନାମ ଲେଖାଯିବା ସହିତ ଗୋପବନ୍ଧୁ ହାଇସ୍କୁଲ ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ! ସେହିପରି ଆଉ ୩ ଜଣ ଛାତ୍ର ସାନ୍ଦୁ ମାଝୀ, ଲୋଚନ ମାଝୀ ଓ ଅଜିତ ମାଝୀଙ୍କୁ ଲାଞ୍ଜିଗଡସ୍ଥିତ ଆବାସିକ ସ୍କୁଲରେ ଫର୍ମ ଆବେଦନ କରାଯାଇଛି ଏବଂ ଆସନ୍ତା ୧୦ ତାରିଖ ଦିନ ସେମାନଙ୍କ ନାମ ଲେଖାଯିବ ବୋଲି ଜଣାପଡ଼ିଛି ! ତେବେ ପ୍ରଶାସନର ଏଇ ଉଦ୍ୟମକୁ ସଫଳ କରାଇବାରେ ଯୁବ ସାମ୍ବାଦିକ ତଥା ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ତୁର୍କା ଗାଁର ବିସ୍ମୟ ବାଳକ ନବୀନ ମାଝୀ ଆପ୍ରାଣ ଉଦ୍ୟମ କରିଥିବାବେଳେ ଏଇ ପ୍ରକ୍ରିୟାରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାରସିଂହ, କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲମ୍ବୋଦର ପ୍ରଧାନ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! ଏପରିକି ଆଜି ତୁର୍କା ଗାଁର ୬ ଜଣ ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡାଙ୍କ ନେତ୍ରୁତ୍ବରେ ଏକ ବୋଲେରୋ ଯୋଗେ ବିଶ୍ବନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟ, ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଲାଞ୍ଜିଗଡ଼ସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ପରିଦର୍ଶନ ସହିତ ଅଧିକାରୀମାନଙ୍କ ସହିତ ଆଲୋଚନାର ସୁଯୋଗ ଦିଆଯାଇଥିଲା। ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଫେରାର ଫଗୁଣ 

Sunil Chandra Nayak

ନିମ୍ନ ମାନର ଛତୁଆ ବଣ୍ଟନ ନେଇ ଉପ ଜିଳାପାଳଙ୍କୁ ବ୍ଲକ ଅଧ୍ୟକ୍ଷ ସମେତ ସରପଞ୍ଚ୍ ଲେଖିଲେ ଚିଠି

Sunil Chandra Nayak

ନୂଆପଡା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ଖଡ଼ିଆଳ କଲେଜ ଠାରେ ୯.୮ କୋଟି ଟାଉନ ହଳ,ଅଡିଟରୀୟମ ଶିଳାନ୍ୟାସ

Leave a Comment

error: Content is protected !!