ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦି କି ଅମୃତ ମହୋତ୍ସବ

ନୂଆପଡ଼ା : ସରକାରୀ ଉଚ୍ଚ ବିଦ୍ୟାଳୟ ଲୋହୋରାପାଲି ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ଦଣ୍ଡସେନା ପତାକା ଉତ୍ତୋଳନ କରି ଦେଶ ପାଇଁ ଛାତ୍ର ଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ଉଦବୋଧନ ଦେଇ ଭବିଷ୍ୟତରେ ଉତ୍ତମ ନାଗରିକ ହେବା ପାଇଁ ଆହ୍ୱାନ ଦେଇଥିଲେ। ପରେ ବିଦ୍ୟାଳୟର ଏନ ସି ସି କ୍ୟାଡେଟ, ସ୍କାଉଟ ଗାଇଡ ଓ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ତଥା କ୍ରୀଡ଼ା ଶିକ୍ଷକ ମହେଶ କୁମାର ଦଣ୍ଡସେନା ପରିଚାଳନା କରିଥିଲେ। ମମତା ପତି, ସୌମ୍ୟ ରଞ୍ଜନ ରାଉତ, ଆରତୀ କୁଣ୍ଡ, ରୋଜାଳିନ ଶବର, ଚିନ୍ମୟ ମାଝି, ଚିନ୍ମୟୀ ବେହେରା, ଭାଗିରଥି ଶବର, ସନ୍ତୋଷ କଠାର, ନରେଶ ବେହେରା, ଲୋକନାଥ ବେହେରା ଆଦି ସହଯୋଗ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ – ୧ନମ୍ବର ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

Sunil Chandra Nayak

ରାଉରକେଲାରେ ପ୍ରଜାତନ୍ତ୍ର ର ଅମୃତ ମହୋତ୍ସବ ପାଳନ

Sunil Chandra Nayak

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!