ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମରେ ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ଆଜି ଏକ ସୁଦୀର୍ଘ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ପଦ ଯାତ୍ରା ଗ୍ରାମ ର ଗୁଡିଡ଼ିହ ଠାରୁ ବାହାରି ଦୀର୍ଘ ୩ କିମି ଗାଁ ପରିକ୍ରମା ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତି ଠାରେ ପହଂଚି ଥିଲା |ତେବେ ଏହି ପଦଯାତ୍ରା ରେ ରାଧାକୃଷ୍ଣ ଯୁବକ ସଙ୍ଘ ସଭାପତି ସୌମ୍ୟରଞ୍ଜନ ସାହୁ, ସମ୍ପାଦକ ଶୁଭେନ୍ଦୁ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ଓ ଶତାଧିକ ଯୁବକ ଓ କୁନି କୁନି ପିଲା ଏବଂ ବାଜିରାଉତ ସେନା ର କିଛି ସଦସ୍ୟ ସାମିଲ ଥିଲେ |ତେବେ ୭୫ମିଟର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ସମସ୍ତେ ଏହି ପଦଯାତ୍ରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |ଏହା ସହ ଯିବା ରାସ୍ତାରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ନାରା ରେ ପ୍ରକମ୍ପିତ ହୋଇଥିଲା ଗାଁ |ଯୁବକ ସଙ୍ଘର ଏହି ପଦଯାତ୍ରା କୁ ଦେଖିବାକୁ ରାସ୍ତା ର ଦୁଇ ପାର୍ଶ୍ଵ ରେ ଗ୍ରାମବାସୀଙ୍କ ଭିଡ଼ ଦେଖିବା କୁ ମିଳିଥିଲା |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଝରିଗାଁ ବ୍ଲକରେ ଲଗାଣ ବର୍ଷା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ

Sunil Chandra Nayak

ନୂଆଗାଁ ପଞ୍ଚାୟତ ରେ ପୋଖରୀ ନିଳାମ କୁ ନେଇ ଉତ୍ତେଜନା ,ଅଫିସରେ ତାଳା ଦେଲେ ମହିଳା ଗୋଷ୍ଠୀ

Sunil Chandra Nayak

ବରଗଡ଼ ଧନୁଯାତ୍ରା ର ଶିଶୁ ବଳରାମ କଳାକାର ଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ପଦ୍ମଶ୍ରୀ ବାବା ବଳିଆ

Sunil Chandra Nayak

Leave a Comment

error: Content is protected !!