ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତାରେ ଯୁବକଙ୍କୁ ଗୁଳି ମରାଯିବା ଘଟଣା – ହାତୀଗାଁ ଅଂଚଳରେ ମାଓ ପୋଷ୍ଟର ,ପୂର୍ବରୁ ଟାର୍ଗେଟରେ ଥିଲେ ବୋଲି ନକ୍ସଲଙ୍କ ସୂଚନା 

ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ , ସ୍ବାସ୍ଥ୍ୟରେ ଉନ୍ନତି

ରାଇଘର ୧୮/୯ (ମ ନି ସ) ୧୫ ତାରିଖ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଛତିଶଗଡ ଅନ୍ତର୍ଗତ ଭୁତବେଡା ନିବାସୀ ହିନ୍ଦୁ ମାର୍କମଙ୍କୁ କିଛି ନକ୍ସଲ ପିଛା କରି ଗୁଳି କରିଥିଲେ | ଏହି ଘଟଣାରେ ଶନିବାର ସୀତାନଦୀ ଏରିଆ କମିଟି ପକ୍ଷରୁ ହାତୀଗାଁ ଅଂଚଳରେ ମାଓ ପୋଷ୍ଟର ଫୋପାଡି ଦିଆଯାଇଥିବା ଦେଖିବାକୁ ମିଳିଥିଲା l ଏହି ପୋଷ୍ଟରରେ ହିନ୍ଦୁ ମାର୍କମ ପୁର୍ବରୁ ନକ୍ସଲଙ୍କ ଟାର୍ଗେଟରେ ଥିବା ଉଲ୍ଲେଖ କରାଯାଇଥିବା ବେଳେ ପୁଲିସ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ପ୍ରକାଶ କରିଛନ୍ତି l

      ସୂଚନା ଅନୁଯାୟୀ ହିନ୍ଦୁ ମାର୍କମ ନବରଂପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା (ଆଦିବାସୀ) ଅଞ୍ଚଳର ହୋଇଥିବା ବେଳେ ସେ ପ୍ରାୟ ୧୦ ବର୍ଷ ପୂର୍ବେ ନିଜ ମାମୁଁ ଘର ଛତିଶଗଡର ଭୁତବେଡ଼ା ଗ୍ରାମରେ ରହୁଥିଲେ l କିଛି ଦିନ ମାମୁଁଙ୍କ ଘରେ ରହିବା ପରେ ସେ ବିବାହ ହୋଇ ଉକ୍ତ ଗ୍ରାମରେ ଏକ ଭଡ଼ାଘରେ ରହିଲେ l ଏହାପରେ ସେ ସେଠାରେ ନିଜସ୍ବ ଏକ ଘର ତିଆରି କରି ରହୁଥିଲେ l ସେ ପୁର୍ବରୁ ନକ୍ସଲଙ୍କ ପାଇଁ କାମ କରି ଆସୁଥିବା ବେଳେ ଗତ ୫ ବର୍ଷ ହେବ ସେ ନକ୍ସଲଙ୍କ ହାତ ଛାଡ଼ି ପୁଲିସ ପ୍ରଶାସନକୁ ସହଯୋଗ କରିଥିଲେ ବୋଲି ପୋଷ୍ଟର ଗୁଡ଼ିକରେ ଉଲ୍ଲେଖ କରାଯାଇଛି | ସେ ପୋଲିସର ଖାସ୍ ଇନ୍‌ଫରମର୍ ରହିଥିଲେ ଏବଂ ଜନ ବିରୋଧି କାମ କରୁଥିବା ଅଭିଯୋଗରେ ସେ ନକ୍ସଲଙ୍କ ଟାର୍ଗେଟରେ ଥିଲେ ବୋଲି ଉକ୍ତ ପୋଷ୍ଟର ଗୁଡ଼ିକରେ ଉଲ୍ଲେଖ ରହିଛି | ଏଥିସହିତ ମାଓବାଦୀଙ୍କ ନାମରେ ଟଙ୍କା ଆଦାୟ କରିବା ସହିତ ପଂଚାୟତର ପ୍ରାୟ ୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ନେଇ ମାଓବାଦୀ ପକ୍ଷରୁ ଉକ୍ତ ପୋଷ୍ଟର ଗୁଡ଼ିକରେ ଉଲ୍ଲେଖ କରାଯାଇଛି | ହିନ୍ଦୁ ମାର୍କମ ନବରଂପୁର ଏସ.ପି ଓ ଗରିଆବନ୍ଧ ଏସ.ପି ଙ୍କୁ ସହଯୋଗ କରୁଥିବା ନକ୍ସଲ ଉକ୍ତ ପୋଷ୍ଟର ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ହିନ୍ଦୁ ମାର୍କମଙ୍କ ସହିତ ଛତିଶଗଡ଼ର ଚିଡେଇପାଣି ଗ୍ରାମର ଜଗତ ରାମ ନେତାମ ଓ ଦବନାଇ ଗ୍ରାମର ପୁସାବ ରାମ ମାର୍କମ ମଧ୍ୟ ମାଓବାଦୀଙ୍କ ଜନତା ଅଦାଲତ ରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି |

        ଅପରପକ୍ଷରେ ନକ୍ସଲ ପକ୍ଷରୁ ବାରମ୍ବାର ଚେତାବନୀ ଦେବା ସହ ଗତ କିଛି ମାସ ପୂର୍ବେ ହିନ୍ଦୁ ମାର୍କମଙ୍କୁ ଭୁତବେଡା ଗ୍ରାମର ଏକ ଛକ ନିକଟରେ ନିର୍ଦ୍ଧୂମ ପିଟିଥିଲେ ଏବଂ ଉକ୍ତ ଗ୍ରାମରୁ ତଡ଼ି ଦେଇଥିଲେ ବୋଲି ୟୁଟୁବ ଭିଡିଓ ଜରିଆରେ ନିଜେ ହିନ୍ଦୁ ମାର୍କମ ସର୍ବସାଧାରଣରେ ଜଣାଇଛନ୍ତି l ଏଥିସହିତ ସେ ଭୟରେ ଘର ଦ୍ବାର ଛାଡ଼ି ଗତ ୬ ରୁ ୭ ମାସ ହେବ ରାଇଘରରେ ରହୁଥିଲେ l ଗତ ୧୫ ତାରିଖ ଦିନ ହିନ୍ଦୁ ମାର୍କମଙ୍କୁ ଗୁଳି ମରାଯିବା ପରେ ସ୍ଥାନୀୟ ପୁଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଥିବା ଜଣାପଡିଛି | ଗୋଟାଏ ପଟ ନକ୍ସଲ ବିରୋଧି ଭିଡିଓ ଯୂଟୁବ ରେ ଭାଇରଲ କରୁଥିବା ବେଳେ ଅନ୍ୟପଟେ କିଛି ଟଙ୍କା ହଡ଼ପ ଅଭିଯୋଗ ଆସିଥିବା ଯୋଗୁଁ ଏହି ଗୁଳିକାଣ୍ଡରେ କିଏ ସମ୍ପୃକ୍ତ ରହିଛନ୍ତି ତାହା ଏବେ ବି ତଦନ୍ତ ଚଳାଇଥିବା ସହ ମାଓବାଦୀ କମିଟିର ଉଲେଖ ନଥିବା ରୁ ତଦନ୍ତ ପରେ ସଠିକ ଜଣାପଡ଼ିବ ବୋଲି ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

Sunil Chandra Nayak

ଲଗାଣ ବର୍ଷାରେ ଚିଚିଆ,ଖମାର ହଳଦି, ଟେମରି, ଦଶପୁର, ଫରଙ୍ଗ, ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ

Sunil Chandra Nayak

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!