ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ ବିଜେପି ର ଶାନ୍ତିପୂର୍ଣ ଧାରଣା , ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ହଟିଲା ଗଣଧାରଣା

ଢେଙ୍କାନାଳ_୦୭/୦୯/୨୨:କାମାକ୍ଷାନଗର ଥାନା କାନପୁରା ସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଆଜି ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ |ତେବେ କମ୍ପାନୀ ର ଏକାଚାଟିଆ, ଅମାନନୀୟ ମନମୁଖୀ କାର୍ଯ୍ୟ ,ବିରୋଧରେ ନାରାବାଜି କରିବା ସହ ୭ଦଫା ଦାବି ପୂରଣ ପାଇଁ ସେମାନେ ଧାରଣାରେ ବସିଥିଲେ | ତେବେ ସେମାନଙ୍କ ଦାବି ଗୁଡିକ ହେଲା କମ୍ପାନୀ ରେ କର୍ମଚାରିଙ୍କ ସ୍ଥାୟୀ ନିଯୁକ୍ତି, ପରିବେଶ ପ୍ରଦୂଷଣ ରୋକ , କର୍ମଚାରୀଙ୍କ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଲାଗୁ ,ସହ କମ୍ପାନୀ ମୁଖ୍ୟ ରାସ୍ତା ସମସ୍ୟା ଦୁର ଇତ୍ୟାଦି ନେଇ ୭ଦଫା ଦାବି ରେ ଧାରଣାରେ ବସିଥିଲେ | ଦୀର୍ଘ ସମୟ ଧାରଣାରେ ବସିବା ପରେ ସ୍ଥାନୀୟ ପୋଲିସ ଓ ଅତିରିକ୍ତ ତହସିଲ ଙ୍କ ଉପସ୍ଥିତି ରେ ଦାବିଗୁଡିକ କମ୍ପାନୀ ଏକ ସପ୍ତାହ ମଧ୍ୟରେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେବା    ପରେ   ଧାରଣା ହଟିଥିଲା |ତେବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ଏହି ଧାରଣା ର ନେତୃତ୍ୱ ନେଇଥିବା ବେଳେ ସତାଧିକ ମହିଳା ପୁରୁଷ କର୍ମି ଉପସ୍ଥିତ ଥିଲେ। ଦାବିପୂରଣ ନ ହେଲେ ଆଗାମୀ ଦିନରେଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବସର ପ୍ରାପ୍ତ ଶିକ୍ଷକ ଭି.ଆତୁ ରାଜୁ ପଟ୍ଟନାୟକଂକୁ ସମ୍ବର୍ଦ୍ଧନା

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବୋଲ ବମ

Sunil Chandra Nayak

Leave a Comment

error: Content is protected !!