ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାପଡାହାଣ୍ଡି,07/09, ମନିସ — ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱର ରୁ ବାହାରି ସାରା ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୁଧବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | କଳାହାଣ୍ଡିରୁ ମଇଦଲପୁର ପହଂଚିବା ପରେ ସ୍ଥାନୀୟ ଅଞ୍ଚଳର ସ୍କୁଲ ଛାତ୍ରୀ ଛାତ୍ର, ଅଙ୍ଗନବାଡି, ସ୍ୱୟଂ ସହାୟକ ଗୋଷ୍ଟି ଓ ପଂଚାୟତ ରାଜ ବିଭାଗର ସଭ୍ୟା ସଭ୍ୟ ପ୍ରମୁଖ ସ୍ୱାଗତ କରିଥିଲେ | ଜିଲ୍ଲାପାଳ କମଳ ଲୋଚନ ମିଶ୍ର ସହ ଜିଲ୍ଲାର ବହୁ ଅଧିକାରୀ ରଥକୁ ସମ୍ବର୍ଦ୍ଧନା ଦେଇଥିଲ | ଏକ ବିଶାଳ ଶୋଭାଯାତ୍ରାରେ ଏମିସ୍କୁଲ ନିକଟ କାର୍ଯ୍ୟ ସ୍ଥଳୀକୁ ଯାଇଥିଲେ | ସେଠାରେ ଏକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା | ସେଠାରୁ ପାପଡାହାଣ୍ଡି ବ୍ଲକ କାର୍ଯ୍ୟଳୟ ଠାରେ ଅହିଂସା ରଥ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅହିଂସା ରଥ କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବ୍ଲକ ପରିସର ରହିଥିବା ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତ ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ବ୍ଲକ କାର୍ଯ୍ୟଳୟ ଠାରୁ ବିଦ୍ୟାଳୟ ଛାତ୍ରୀ ଛାତ୍ରକୁ ନେଇ ଶହୀଦ ମିନାର ପର୍ଯ୍ୟନ୍ତ ଏକ ପଦଯାତ୍ରା ହୋଇଥିଲା | ଶହୀଦ ମିନାର ଠାରେ ଅହିଂସା ରଥ କୁ ଭବ୍ୟ ସ୍ୱାଗତ କରାଯିବା ସହ ଶହୀଦ ମିନାର ପରିସର ରହିଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଶହୀଦ ମିନାରକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏହା ପରେ ଶହୀଦ ମିନାର ପରିସର ଠାରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା | ଜିଲ୍ଲାପାଳ ଡା. କମଳଚନ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପଜିଲ୍ଲା ପାଳ ଭାସ୍କର ରଇତ, ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ, ବିଡ଼ିଓ ରଞ୍ଜିତା ମଲ୍ଲିକ,ତହସିଲଦାର ଯୋଗେଶ୍ୱର ଭୋଇ ମଞ୍ଚାସିନ ହୋଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ଡିଆଇପିଆରଓ ହଳଦର ନିହାଲ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ମନପ୍ରୀତ କୌର,ଜିସ କ୍ରିଷ୍ଟିନା ସୁନା ଦେଶାତ୍ମକ ଗୀତ ପରିବେଷଣ କରିବା ସହ ଆଦର୍ଶ ବିଦ୍ୟାଳୟ ଛାତ୍ରୀ, ଲାଲ ବହାଦୁର ଉଚ୍ଚ ବିଦ୍ୟାଳୟ ଛାତ୍ରୀ, ଏସଏସଡି ବିଦ୍ୟାଳୟ ଛାତ୍ରୀ ଓ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମାନେ ସାଂସ୍କୃତିକ ନୃତ୍ୟ, ଢ଼େମସା ନାଚ ପରିବେଷଣ କରିଥିଲେ | ଶହୀଦ ପରିବାର ଦାୟାଦକୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ | କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବିଦ୍ୟାଳୟ ଛାତ୍ରୀଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଶିକ୍ଷକ ଶିକ୍ଷୟତ୍ରୀ କୁ ଧନ୍ୟବାଦ ଜଣେଇଥିଲେ ଜିଲ୍ଲାପାଳ | ପାପଡାହାଣ୍ଡି ବ୍ଲକ ତଟଫରୁ ଯେଉଁ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହା କୁ ଭୁରିଅସି ପ୍ରଶଂଶା କରିଥିଲେ | ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ କାର୍ଯ୍ୟକ୍ରମ କରିବାରେ ସଫଳ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

ଜଟାଵାଲ ଧାନ ମଣ୍ଡିର ଶୁଭାରମ୍ଭ

Sunil Chandra Nayak

ଜିଲ୍ଲା କଂଗ୍ରେସ କିମିଟି ପକ୍ଷରୁ ନୂଆଖାଇ ଭେଟଘାଟ ରେ ଦୁଲୁକିଲା ଖଡ଼ିଆଳ

Sunil Chandra Nayak

Leave a Comment

error: Content is protected !!