ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ପୋଲିସ ପକ୍ଷରୁ ସହିଦ ଦିବସ ପାଳିତ

କୋକସରା,୨୧/୧୦- ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅଧିନସ୍ଥ ଚାରଵାହାଲ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୀର ଯବାନ ଙ୍କ ସ୍ମୁତି ଉଦେଶ୍ୟରେ ଶୁକ୍ରବାର ସହୀଦ ଦିବସ ପାଳିତ ହୋଇଯାଇଛି l ଚାରଵାହାଲ ଗ୍ରାମର ବିଭୁତି ଭୂଷଣ ମହାନନ୍ଦ ଓଏସଏପି ଥାର୍ଡ଼ ବାଟାଲିୟନ କୋରାପୁଟରେ ନିଯୁକ୍ତି ପାଇ ଦେଶ ସେବା କରିବାର ସୁଯୋଗ ପାଇଥିଲେ l ତେବେ ୦୯/୦୮/୨୦୦୧ ମସିହାରେ ମୋଟୁ ଥାନାରେ କାର୍ଯ୍ୟରତ ଥାଇ ନକ୍ସଲ ମାନଙ୍କୁ ସାମ୍ନା କରି ଦେଶ ପାଇଁ ସହୀଦ ହୋଇ ଯାଇଥିଲେ l ଆଜି ଏହି ଦିବଙ୍ଗତ ବୀର ସହୀଦଙ୍କ ପାଇଁ ଚାରଵାହାଳ କୃପାସିନ୍ଧୁ ବିଦ୍ୟାଳୟ ପରିସରରେ ସହୀଦ ଦିବସ ପାଳନ କରି ସହୀଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣେଇଥିଲେ l କୋକସରା ଥାନାଧିକାରୀ ପ୍ରସନ୍ନ ବେହେରା ଙ୍କ ଅଧ୍ୟକ୍ଷତାରେରେ ଚାରଵାହାଳ ସରପଞ୍ଚ ସତ୍ୟଭାମା ପଣ୍ଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ଗହୀର, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, ବୀର ସହୀଦଙ୍କ ବଡ଼ଭାଇ ସତ୍ୟବାନ ମହାନନ୍ଦ ପ୍ରମୁଖ ମଞ୍ଚାସିନ ହୋଇ ସହୀଦଙ୍କ ବୀରତ୍ୱକୁ ମନେପକେଇ ସ୍ମୁତିଚାରଣ କରିଥିଲେ l ସହୀଦ ପରିବାରର ବଡ଼ଭାଇ ସତ୍ୟବାନ ମହାନନ୍ଦଙ୍କୁ କୋକସରା ଥାନାଧିକାରୀ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପଞ୍ଚାୟତ ର ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ଚାରବାହାଲ ଗ୍ରାମବାସୀ, କୋକସରା ଥାନା ଓ ମୋଟେର ଫାଣ୍ଡି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Related posts

ନବରଙ୍ଗପୁର ରେ ଲୋକମହୋତ୍ସବ ମଣ୍ଡେଇ ପର୍ବ ପାଇଁ ପଡିଆ ପ୍ରସ୍ତୁତି

Sunil Chandra Nayak

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!