ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୧/୧୦-  (ମ ନି ସ)  କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଓ ମନୋବଳକୁ ଦୃଢକରିବା ପାଇଁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପ୍ରତିବର୍ଷ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ କରାଯାଉଛି। ଶୁକ୍ରବାର କୋକସରା ବ୍ଲକ ର କୋକସରା, ଆମପାଣି, ଲଡୁଗାଁ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋକସରା ଠାରେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲଙ୍କ ପରିଚାଳନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ କର, ବିଆରସିସି ତୋଫାନ ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀଵାଲା ନାଏକ, ଶିକ୍ଷକ ଦୁର୍ଯୋଧନ ବାଗ, ଶିକ୍ଷୟିତ୍ରୀ ତରୁଲତା ନାଏକ, ଶିକ୍ଷକ ମୁରଲୀଧର ମାଝୀ, ବବୃ ବାହାନ ବିଶି ଉପସ୍ଥିତ ଥିଲେ। ସେହିପରି ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟରେ ଅତିଥି ଭାବରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ମୁଖ୍ୟବକ୍ତା ଚିତ୍ତରଞ୍ଜନ ଠାକୁର, ସମ୍ମାନିତ ଅତିଥି ଅଶ୍ୱିନ କୁମାର ଦାସ, ସିଆରସି ପ୍ରମୋଦ କୁମାର ପୁରୋହିତ, ଈଶ୍ୱରୀ ପ୍ରସାଦ ଅଗସ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମକୁ ଗିରିଶ ଚନ୍ଦ୍ର ସରାବୁ ମଞ୍ଚ ପରିଚାଳନା କରିଥିଲେ। ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଉମେଶ ସାହୁ, ପର୍ଶୁରାମ ଦୁର୍ଗା, ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା, ହସ୍ତଲିଖନ, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

Related posts

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

ରାଉରକେଲା- ଇସ୍ପାତ ଫିଟନେସ ପାଥ୍ ରେ ରଜ ଉତ୍ସବପାଳନ

Sunil Chandra Nayak

ଲଙ୍କେଶ୍ବରୀ ମନ୍ଦିର ର ରାସ୍ତା ଅବରୋଧ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!